Site icon UTKAL PRATIDIN

ଅବପାତର ରୂପ ନେଲା ଲଘୁଚାପ, ୪ଦିନ ଭିଜିବ ରାଜ୍ୟ

barsha

ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ପ୍ରଭାବ ଜାରି ରହିଛି, ,ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତଟି ଦୁର୍ବଳ ହୋଇ ୱେଲ୍ ମାର୍କଡ ଲୋ ପ୍ରେସରରେ ପରିଣତ ହୋଇଛି । ଫଳରେ ଏହାର ପ୍ରଭାବରେ ୨୫ ଓ ୨୬ ତାରିଖରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ପ୍ରବଳ ବର୍ଷା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ପ୍ରବଳ ବର୍ଷା କୁ ନେଇ ୧୭ ଜିଲ୍ଲାରେ ୟୋଲୋ ୱାର୍ଣିଂ ଜାରି କରାଯାଇଛି । କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଥିଲା ବେଳେ କିଛି ସ୍ଥାନରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ବାଲେଶ୍ୱର, ମୟୂରଭଞ୍ଜ, ସୁନ୍ଦରଗଡ, ଝାରସୁଗୁଡା, ଭଦ୍ରକ,କେନ୍ଦୁଝର, ଯାଜପୁର, ପୁରୀରେ ନିଅଣ୍ଟିଆ ବର୍ଷା ରହିଛି।ଏହି ମୌସୁମୀ ନିଅଣ୍ଟିଆ ବର୍ଷାର ସ୍ଥିତିରେ ସୁଧାର ଆଣିବା ବୋଲି ଆକଳନ କରିଛି ପାଣିପାଗ ବିଭାଗ। କେବଳ ମାଲକାନଗିରିରେ ସ୍ଵାଭାବିକ ଠାରୁ ଅଧିକ ବର୍ଷା ହୋଇଛି ବୋଲି ମିଳିଛି ସୂଚନା ।

Exit mobile version