Site icon UTKAL PRATIDIN

ଅପରାଜିତାଙ୍କୁ ଦଳରୁ ହଟେଇବା ପାଇଁ ଚାଲିଛି କି ଷଡଯନ୍ତ୍ର ?

aparajita

ଅପରାଜିତାଙ୍କ ପାଇଁ ଷଡଯନ୍ତ୍ର କରୁଛନ୍ତି କି ବିଜେପିର ଟାଣୁଆ ନେତା ?ଫାସରେ ପଡି ଫସିବେନିତ ଅପରାଜିତା ? କାହିଁକି ଦଳରୁ ଦୂରେଇଯାଇଛନ୍ତି ଅପରାଜିତା ? ବିଜେପି ଦଳରେ ପୁଣି ଗୋଛି କଟା ଅଭିଯାନ । କଙ୍କଡା ର ସ୍ଵଭାବକୁ ମାନେ ପକାଉଛନ୍ତି ବିଜେପି ନେତା । ଆରମ୍ଭ ହୋଇଛି ଗୋଡ ଟଣା ନୀତି । ଦଳ କ୍ଷମତା କୁ ଆସିବା ପରେ ସାବାସି ନବାକୁ ସମସ୍ତେ ଆଗୁଆ । ଦଳରେ ଏବେ ସବୁ ନେତା ମୁରବି ସଦୃଶ । ମନମୋହନ ଏକ ପ୍ରକାର ଦଳରୁ ଆଉଟ କହିଲେ ଚଳେ । ଯେଉଁ ସଭାପତିଙ୍କ ନେତୃତ୍ୱରେ ଦଳ କ୍ଷମତା କୁ ଆସିଲା ସେ ଏକପ୍ରକାର କୋଣଠେସା ହୋଇରହିଯାଇଥାନ୍ତି । ସେପଟେ ଦଳରେ ଏକଦା ଦବଦବା ଜାହିର କରୁଥିବା ଅପରାଜିତା ଏବେ ଦଳରେ ଅଲୋଡା ହୋଇପଡିଛନ୍ତି । ଆଉ ଆଗ ଭଳି ଦଳରେ ସକ୍ରିୟ ଥିବା ଭଳି ନଜର ଆସୁନାହାନ୍ତି ଅପରାଜିତା ।

ଆଉ ଅପରାଜିତା କୁଆଡେ ଦଳରେ ଅନ୍ୟ ନେତାଙ୍କ ପାଇଁ କଣ୍ଟା ସାଜିଛନ୍ତି । ଦଳରେ ଦଳୀୟ କାର୍ଯ୍ୟକ୍ରମ ହେଉବା ଅନ୍ୟକିଛି ଏବେ ସବୁଠି ବୈଜୟନ୍ତ ପଣ୍ଡା ଓ ଧର୍ମେନ୍ଦ୍ର ଙ୍କୁ ଆଗ ଦେଖିବାକୁ ମିଳୁଛି । ହେଲେ ଦଳରେ ଏକପ୍ରକର ଉଭାନ ଅପରାଜିତା । ପୂର୍ବରୁ ନିଜ ସଂସଦୀୟ କ୍ଷେତ୍ର ଜୟଦେବ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅପରାଜିତାଙ୍କୁ ନିମନ୍ତ୍ରଣ ନ କରିବା ଏହାର ଏକ ଉଦାହରଣ । ଅପରାଜିତାଙ୍କୁ ବିରୋଧ କରୁଛନ୍ତି ଉଭୟ ନେତା । କ୍ଷମତା କୁ ଆସିବା ପରେ ମୁଖ୍ୟମନ୍ତ୍ରୀ ରେସ ରେ ଆଗରେ ଥିବା ଅପରାଜିତା ଏବେ ଉଭୟଙ୍କ ପାଇଁ କଣ୍ଟା ସଦୃଶ । ଚର୍ଚ୍ଚା ହେଉଛି ତାଙ୍କୁ ଦଳରୁ ହଟେଇବା ପାଇଁ ମିଳିତ ଯୋଜନା କରୁଛନ୍ତି ବୈଜୟନ୍ତ ଓ ଧର୍ମେନ୍ଦ୍ର । ଗତ ଶନିବାର ଅପରାଜିତାଙ୍କ ପିଏସଓ ଏବଂ ଅପରାଜିତାଙ୍କ ସହକର୍ମୀ ତଥା ଭୁବନେଶ୍ୱର ମେୟର ପ୍ରାର୍ଥୀଙ୍କୁ ଦଳରୁ ନିଲମ୍ବନ ଖବର ଅପରାଜିତାଙ୍କ ଶିବିରରେ ଚହଳ ପକାଇଥିଲା। ଏଭଳି ଅଚାନକ ଆକ୍ସନ ଅପରାଜିତାଙ୍କ ପାଇଁ ଅନେକ ପ୍ରଶ୍ନ ସୃଷ୍ଟି କରିଥିଲା । ତାଙ୍କ ସଙ୍ଗଠନକୁ ଭାଙ୍ଗିବାକୁ ଦଳରେ ଭିତିରି ପ୍ଲାନ କରୁଛନ୍ତି ଏହି ଦୁଇ ନେତା ।

ଯିଏ ନିର୍ବାଚନ ରେ ଦଳ ପାଇଁ ଦିନ ରାତି ଏକ କରିଥିଲେ ତାଙ୍କ ବିରୁଦ୍ଧରେ ଏ ଷଡଯନ୍ତ୍ର ରାଜ୍ୟ ରାଜନୀତିରେ ଚର୍ଚା ଜୋର ଧରିଛି । ତବେ କେଉଁ ପାଣି କୁଆଡେ ଯାଉଛି ତାହାକୁ ଦେଖିବାକୁ ବାକି ରହିଲା । ଦଳରେ ନିଜର ଆଧିପତ୍ୟ ରକ୍ଷା କରିପାରୁଛନ୍ତି ନା ଧର୍ମେନ୍ଦ୍ର ବୈଜୟନ୍ତ ଙ୍କ ଜଳରେ ଫସୁଛନ୍ତି ଅପରାଜିତା ତାହାକୁ ଦେଖିବାକୁ ବାକି ରହିଲା

Exit mobile version