ଭଞ୍ଜନଗର ତାରାସିଂଙ୍ଗ ଥାନା କୁପାଟି ଗ୍ରାମରେ ଦେଖିବାକୁ ମିଳିଛି ଏକ ଜଘନ୍ୟ ହତ୍ୟାକାଣ୍ଡ l ମିଟର ରିଡିଙ୍ଗ ନବାକୁ ଆସିଥିବା ଜଣେ କର୍ମଚାରୀଙ୍କର ହତ୍ୟା କରିଛନ୍ତି ଜଣେ ବ୍ୟକ୍ତି l ହତ୍ୟା କରିବା ପରେ ବ୍ୟକ୍ତି ଜଣଙ୍କ ଏବେ ଫେରାର ଅଛନ୍ତି l ବ୍ୟକ୍ତି ଜଣକର ବିଦ୍ୟୁତ ବିଲ ଅଧିକ ଆସିବାରୁ ରାଗରେ ସେ ଏପରି ଏକ କାଣ୍ଡ ଘଟଇଛନ୍ତି l ଲଷ୍ମୀନାରାୟଣ ତ୍ରିପାଠୀ ନାମକ ଜଣେ ବ୍ୟକ୍ତି ମିଟର ରିଡିଙ୍ଗ ନବାକୁ ଆଜି କୁପାଟି ଗ୍ରାମକୁ ଯାଇଥିଲେ l ସେହି ସମୟରେ ହତ୍ୟାକାରୀ ଜଣକ ଏକ ଧାରୁଆ ଅସ୍ତ୍ରରେ ତାଙ୍କୁ ହାଣି ହତ୍ୟା କରିଛନ୍ତି l ହତ୍ୟା କରିବା ପରେ ହତ୍ୟାକାରୀ ଜଣଙ୍କ ଫେରାର ହୋଇଯାଇଛନ୍ତି l ପୋଲିସ ଖବର ପାଇବା ମାତ୍ରେ ସେଠାକୁ ଆସି ତଦନ୍ତ ଜାରି ରଖିଛି l ଗ୍ରାମବାସୀଙ୍କୁ ପଚରାଉଚରା କରିଛି ପୋଲିସ l ଗ୍ରାମବାସୀଙ୍କ କହିବା ଅନୁଯାୟୀ ଆଗରୁ ମଧ୍ୟ ଏହି ଅଧିକ ବିଲ ଆସିବାକୁ ନେଇ ଯୁବକ ଜଣଙ୍କର ମିଟର ରିଡିଙ୍ଗ ନବାକୁ ଆସୁଥିବା କର୍ମଚାରୀଙ୍କ ସହ ଯୁକ୍ତିତର୍କ କରିଥିଲେ l କିନ୍ତୁ ଏଥର ସୁଯୋଗ ଦେଖି ସେ ତାଙ୍କର ହତ୍ୟା କରିଛନ୍ତି l
ଅଧିକ ବିଦ୍ୟୁତ ବିଲ ଆସିବାରୁ ହତ୍ୟା

