Site icon UTKAL PRATIDIN

ଅଗଷ୍ଟ ୨୬ ମହିଳା ସମାନତା ଦିବସ

WhatsApp Image 2023-08-26 at 14.08.01

କାହିଁ କେତେ ଯୁଗରୁ ମହିଳାମାନେ ନିଜର ସମାନତା ଅଧିକାର ନେଇ ଦାବି କରି ଆସୁଛନ୍ତି l ମାନବ ଅଧିକାର କୁହେ ବିଶ୍ୱର ସବୁ ନାଗରିକ ସମାନ l ହେଲେ ସମାଜ ତାହା ମାନିବାକୁ ନାରାଜ l ଆମ ସମାଜରେ ପୁରୁଷମାନଙ୍କୁ ସର୍ବଦା ଅଧିକ ପ୍ରଧାନତ୍ତ୍ୱ ଦିଆଯାଇ ଆସୁଛି l ତେଣୁ ଏହି ସବୁ କାରଣରୁ ମହିଳାମାନଙ୍କୁ ପୁରୁଷମାନଙ୍କ ସହ ସମାନ ଅଧିକାର ଦାବିରେ ପ୍ରତିବର୍ଷ ୨୬ ଅଗଷ୍ଟକୁ ‘ମହିଳା ସମାନତା ଦିବସ’ ଭାବରେ ସମଗ୍ର ବିଶ୍ୱରେ ପାଳନ କରାଯାଉଛି । ମହିଳାଙ୍କ ସ୍ଥିତିକୁ ମଜବୁତ କରିବା ଏବଂ ସମାଜର ପ୍ରତ୍ୟେକ କ୍ଷେତ୍ରରେ ପୁରୁଷଙ୍କ ପରି ସେମାନଙ୍କୁ ସମାନ ଅଧିକାର ଏବଂ ସମ୍ମାନ ପ୍ରଦାନ କରିବା ହେଉଛି ଏହି ଦିବସର ମୁଳ ଲକ୍ଷ୍ୟ । ମହିଳା ସମାନତା ଦିବସ ମହିଳା ସଶକ୍ତିକରଣକୁ ପ୍ରୋତ୍ସାହିତ କରିଥାଏ । ଏହି ଅବସରରେ ମହିଳାମାନଙ୍କୁ ସେମାନଙ୍କର ଅଧିକାର ବିଷୟରେ ଅବଗତ ମଧ୍ୟ କରାଯାଏ ।
ଏହି ଦିବସ ପ୍ରଥମେ ଆମେରିକାରେ ପାଳନ କରିବା ଆରମ୍ଭ ହୋଇଥିଲା l ଆମେରିକା ସମ୍ବିଧାନରେ ୧୯୨୦ ମସିହାରେ ଅଗଷ୍ଟ ୨୬ ତାରିଖରେ ୧୯ତମ ପରିବର୍ତ୍ତନ କରି ମହିଳାମାନଙ୍କୁ ବି ପୁରୁଷମାନଙ୍କ ପରି ମତଦାନ ଅଧିକାର ଦିଆଯାଇଥିଲା l ସେଥିପାଇଁ ପରବର୍ତ୍ତୀ ସମୟରେ ଏହି ଅଗଷ୍ଟ 26 କୁ ମହିଳା ସମାନତା ଦିବସ ରୂପେ ପାଳନ କରାଯାଉଛି l
ଏହା ସତ କି ପ୍ରଥମେ ଆମେରିକା ଏହି ଦିବସ ପାଳନ କରିବା ଆରମ୍ଭ କରିଥିଲା କିନ୍ତୁ ବର୍ତ୍ତମାନ ଭାରତ ସମେତ ବିଶ୍ୱର ଅନେକ ଦେଶ ‘ମହିଳା ସମାନତା ଦିବସ’ ପାଳନ କରୁଛନ୍ତି । ଭାରତ ଏକ ପୁରୁଷ ପ୍ରଧାନ ଦେଶ, ଯେଉଁଠାରେ ମହିଳାମାନଙ୍କୁ ପୁରୁଷମାନଙ୍କ ପରି ସମାନ ମାନ୍ୟତା ଦେବା ପାଇଁ ମହିଳାମାଙ୍କୁ କିଛି ଅଧିକାର ଦିଆଯାଇଛି । ଯଦି ଦେଖାଯାଏ ବିଶ୍ୱର ଅନ୍ୟ ଦେଶ ଅପେକ୍ଷା ଭାରତୀୟ ମହିଳାଙ୍କ ଅବସ୍ଥା ଏବେ ବହୁତ ଭଲ। ବର୍ତ୍ତମାନ ଭାରତୀୟ ମହିଳାମାନେ ଶିକ୍ଷା, ବାଣିଜ୍ୟ, ଚାକିରୀ ତଥା ଦେଶର ସୁରକ୍ଷା ଭଳି ଅନେକ କ୍ଷେତ୍ରରେ ସେମାନଙ୍କର ଉପସ୍ଥିତି ଜାହିର କରିଛନ୍ତି । ଏପରି କି ଚନ୍ଦ୍ରୟାନର ସଫଳତାରେ ବି ଅନେକ ମହିଳା ବୈଜ୍ଞାନିକ ରହିଛନ୍ତି l ତେବେ ଭାରତର ଆଇନ ଏବଂ ସମ୍ବିଧାନ ମହିଳାମାନଙ୍କୁ କିଛି ଅଧିକାର ଦେଇଛି ଯାହା ସେମାନଙ୍କୁ ସଶକ୍ତ କରିଥାଏ । ଭାରତୀୟ ମହିଳାମାନେ ଏସବୁ ବିଷୟରେ ଜାଣିବା ଓ ବ୍ୟବହାର କରିବା ନିହାତି ଜରୁରୀ । କେବଳ ଭାରତ ନୁହେଁ ପ୍ରୟୋକା ଦେଶ ନିଜର ମହିଳାମାନଙ୍କୁ ସେମାନଙ୍କ ଅଧିକାର ବିଷୟରେ ଅବଗତ କରାଇବା ଆବଶ୍ୟକ l ତେଣୁ ଏହିସବୁ ଯୋଗୁଁ ପ୍ରୟୋକା ବର୍ଷ ଅଗଷ୍ଟ ୨୬ ତାରିଖକୁ ଆମେ ମହିଳା ସମାନତା ଦିବସ ରୂପେ ପାଳନ କରିଥାଉ l

Exit mobile version