UTKAL PRATIDIN

ଅକ୍ଷୟ କୁମାରଙ୍କୁ ମିଳିଲା ଭାରତୀୟ ନାଗରିକତା

ଅକ୍ଷୟ କୁମାରଙ୍କୁ ମିଳିଲା ଭାରତୀୟ ନାଗରିକତା ଅଧିକାର ଆଜି ସ୍ୱାଧୀନତା ଦିବସର ବିଶେଷ ଅବସରରେ ଅକ୍ଷୟ କୁମାରଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ଆସିଛି। ଅକ୍ଷୟ କୁମାରଙ୍କୁ ଭାରତୀୟ ନାଗରିକତା ମିଳିଛି। ସେ ନିଜେ ଇନଷ୍ଟାଗ୍ରାମରେ ଏହି ପୋଷ୍ଟ ସେୟାର କରି ପ୍ରଶଂସକଙ୍କ ସହ ସେୟାର କରିଛନ୍ତି। ଅଭିନେତା ଲେଖିଛନ୍ତି, ‘ଉଭୟ ହୃଦୟ ଏବଂ ନାଗରିକତା ରେ ହିନ୍ଦୁସ୍ତାନୀ’। ସୂତ୍ର ରୁ ପ୍ରକାଶ ଯେ, ଅକ୍ଷୟ କୁମାରଙ୍କର ବର୍ତ୍ତମାନ ପର୍ଯ୍ୟନ୍ତ କାନାଡିଆନ ନାଗରିକତା ଥିଲା l ବର୍ତ୍ତମାନ ସେ ଭାରତର ନାଗରିକତ୍ୱ ପାଇ ବହୁତ ଖୁସି ଅଛନ୍ତି। ଅଭିନେତା ଏହି ସୂଚନାକୁ ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ସେୟାର କରି ପ୍ରଶଂସକମାନଙ୍କୁ ଦେଇଛନ୍ତି। ସେ ବୌଧ ପାସପୋର୍ଟର ଏକ ଚିତ୍ର ସେୟାର କରିଛନ୍ତି | ଏହା ସହିତ ଲେଖାଯାଇଛି, ‘ହୃଦୟ ଏବଂ ନାଗରିକତା ଉଭୟ ହିନ୍ଦୁସ୍ତାନୀ l ସ୍ୱାଧୀନତା ଦିବସର ଶୁଭେଚ୍ଛା l ଜୟ ହିନ୍ଦ’।

Exit mobile version