
ଅକ୍ଟୋବରରେ ଓଡିଶା ଗସ୍ତ କରିବେ ରାହୁଲ ଓ ପ୍ରିୟଙ୍କା ଆସନ୍ତା ଅକ୍ଟୋବର ମାସରେ ଓଡ଼ିଶା ଆସିପାରନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ବରିଷ୍ଠ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି l ରାହୁଲ ଓ ପ୍ରିୟଙ୍କା ଓଡ଼ିଶା ଆସିବା ନେଇ କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ ଆଜି ଏକ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ୫ ଜଣ ବିଧାୟକ ଦିଲ୍ଲୀ ଯାଇ ରାହୁଲ ଗାନ୍ଧିଙ୍କୁ ଭେଟିଛନ୍ତି । ତେଣୁ ଅକ୍ଟୋବର ଶେଷ ସୁଦ୍ଧା ରାହୁଲ ଓ ପ୍ରିୟଙ୍କା ଓଡ଼ିଶା ଆସିବେ । ୪ଟି ଜୋନ୍ରେ ରାହୁଲ ସଭା କରିବାକୁ ଯୋଜନା କରାଯାଉଛି l ୨୦୨୪ ପାଇଁ ସବୁ ଦଳ ଏବେ ନିଜର ରଣନୀତି ଆରମ୍ଭ କରିଦେଇଛନ୍ତି l ନିର୍ବାଚନ ଯେତେ ପାଖେଇ ଆସୁଛି ରାଜ୍ୟ ରାଜନୀତି ସେତେ ସରଗରମ ହେଉଛି । ରାଜ୍ୟରେ ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ ନିଜ ଦଳ ପାଇଁ ଉଚିତ ରଣନୀତି ପ୍ରସ୍ତୁତ କରିବାରେ ଜୋରସର ଲାଗିପଡିଛନ୍ତି । କେନ୍ଦ୍ରରୁ ହେଭିୱେଟ ନେତା ମାନେ ଓଡ଼ିଶା ଆସି ନେତାକର୍ମୀଙ୍କୁ ଗୁରୁମନ୍ତ୍ର ମଧ୍ୟ ଦେଉଛନ୍ତି । ନିକଟରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଓଡ଼ିଶା ଆସି ନିଜ ଦଳ ନେତାକର୍ମୀଙ୍କୁ ଭେଟି ଆଲୋଚନା କରିଥିଲେ। ଏବେ ଅକ୍ଟୋବରରେ ରାହୁଲ ଗାନ୍ଧି ଓଡ଼ିଶା ଆସି ନେଇ ନିଜ ନେତା କର୍ମୀମନଙ୍କୁ ଭେଟିବେ ଓ ବିଭିନ୍ନ ରଣନୀତି ନେଇ ଆଲୋଚନା କରିବେ । ଏହାସହ ନିଜର ନେତା ଓ କର୍ମୀଙ୍କୁ ଗୁରୁମନ୍ତ୍ର ମଧ୍ୟ ଦେବେ । ଅନ୍ୟ ପକ୍ଷରେ ଶାସକ ଦଳ ବିଜେଡି ପକ୍ଷରୁ ୫-ଟି ସଚିବ ଭି.କେ ପାଣ୍ଡିଆନ ମଧ୍ୟ ବିଭିନ୍ନ ଜାଗାରେ ସଭା ସମିତି କରି ନବୀନ ସରକାରର ସୁଫଳ ଲୋକମାନଙ୍କୁ କହୁଛନ୍ତି । ତେବେ ଆଗାମୀ ୨୦୨୪ ନିର୍ବାଚନ ପାଇଁ ସବୁ ଦଳ ଅଣ୍ଟାଭିଡ଼ି ନିଜ ନିଜ ଯୋଜନା ପ୍ରସ୍ତୁତ କରିବାରେ ଲାଗିପଡିଛନ୍ତି l ତେବେ କାହାର ଯୋଜନା ଓ ରଣନୀତି କେତେ ସଫଳ ହେଉଛି ତାହା ତ କେବଳ ନିର୍ବାଚନର ଫଳାଫଳ ହିଁ କହିପାରିବ l