
ସୁର ରାଉତରାୟ ଜଣେ ବୋହୁ ଚର୍ଚିତ ଜଣାଶୁଣା ରାଜନେତା l କଂଗ୍ରସର ଏହି ବରିଷ୍ଠ ନେତା ଆଜି ୮୦ ବର୍ଷରେ ପଦାର୍ପଣ କରିଛନ୍ତି । ଏହି ଅବସରର ତାଙ୍କ ଜନ୍ମଦିନକୁ ବେଶ ଧୁମଧାମରେ ପାଳନ କରିବା ସହ ତାଙ୍କ ଦୀର୍ଘାୟୁ କାମନା କରିଛନ୍ତି ତାଙ୍କ ଶୁଭେଚ୍ଛୁମାନେ । ସୁରେଶ ରାଉତରାୟ ଏବେ କଂଗ୍ରେସ ଦଳର ଜଟଣୀ ବିଧାୟକ ଅଛନ୍ତି । ବିଭିନ୍ନ ସମୟରେ ସରକାରଙ୍କୁ କଟୁ ସମାଲୋଚନା ସହ କଟାକ୍ଷ କରିବାରେ ମାହିର ସୁର ଭାଇ । ତାଙ୍କ ୮୦ ତମ ଜନ୍ମ ଦିନରେ ବିଭିନ୍ନ ମହଲରୁ ଛୁଟିଛି ଶୁଭେଚ୍ଛାର ସୁଅ। ଅନ୍ୟପଟେ ସୁର ଭାଇ କହିଛନ୍ତି- ମୁଁ ଆଉ ନିର୍ବାଚନ ଲଢ଼ିବି ନାହିଁ l ଏହା ପରଠୁ ମୋ ସାନ ପୁଅ ମନ୍ମଥ ନିର୍ବାଚନ ଲଢ଼ିବ । ଏବେ ମୋ ଜାଗା ନବ ମୋ ପୁଅ l ଅନ୍ୟପଟେ ସୁର ରାଉତରାୟଙ୍କ ପୁଅ ମନ୍ମଥରାଉତରାୟ କହିଛନ୍ତି ଯେ ମୋ ବାପା ୮୦ ବର୍ଷରେ ପଦାର୍ପଣ କଲେ, କିନ୍ତୁ ତାଙ୍କ ଭିତରେ ଏତେ ବଳ ଆସୁଛି କେଉଁଠୁ, ଏହା ମୋତେ ଆଶ୍ଚର୍ଯ୍ୟ କରେ। ଏହାର ମୂଳ କାରଣ ହେଉଛି ଲୋକଙ୍କ ଭଲପାଇବା l ଆଜି ଏଠି ଜନ୍ମଦିନରେ କାହାଙ୍କୁ ନିମନ୍ତ୍ରଣ କରାଯାଇନି କିନ୍ତୁ ସମସ୍ତେ ଆସିଛନ୍ତି । ଏହା ହିଁ ବାପାଙ୍କ ପ୍ରତି ଥିବା ଲୋକଙ୍କ ଭଲପାଇବା ବୋଲି ପୁଅ ମନ୍ମଥ କହିଛନ୍ତି l ତେବେ ଆଜି ଭୁବନେଶ୍ୱର ମାଉସୀ ମା ମନ୍ଦିରରେ ସୁର ଭାଇ ନିଜର ୮୦ତମ ଜନ୍ମ ବାର୍ଷିକ ପାଳନ କରିଛନ୍ତି l ଶତାଧିକ ଶୁଭେଛୁ ଓ ପ୍ରଶଂସକଙ୍କ ଭିଡ଼ ଜମିଥିଲା ସେଠାରେ l ତେବେ ସେମାନଙ୍କ ଗହଣରେ ସୁର ଭାଇ ନିଜର ୮୦ତମ ଜନ୍ମ ଉତ୍ସବ ପାଳନ କରିଛନ୍ତି l