ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଲା ସୀତାରମନ ଆଜି ସଂସଦରେ ଉପସ୍ଥାପନ କରିଛନ୍ତି ତାଙ୍କର ସପ୍ତମ ପେପରଲେସ ବଜେଟ | ମୋଦି ସରକାରଙ୍କର ତୃତୀୟ ପାଳିର ପ୍ରଥମ ବଜେଟ ଉପରେ ରହିଛି ସମସ୍ତଙ୍କ ଆଖି | ଅଫ ହ୍ୱାଇଟ ଶାଢ଼ୀ ଆଉ ଡିପ ଭାଓଲେଟ ବ୍ଲାଇଜରେ ଲାଲ ରଙ୍ଗର ବଜେଟ ପେଡି ଧରି ସଂସଦକୁ ଆସିଥିଲେ ନିର୍ମଳା | ଖୋଲିଥିଲେ ପୂର୍ଣ୍ଣାଙ୍ଗ ବଜେଟ | ଏହି ବଜେଟରେ ନିର୍ମଳା ନିଯୁକ୍ତି, ଶିକ୍ଷା ଓ ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ଦେଇଛନ୍ତି |
ଅର୍ଥମନ୍ତ୍ରୀ ମଧ୍ୟବିତ୍ତ ପରିବାର ପାଇଁ ଭଣ୍ଡାର ଖୋଲି ଦେଇଛନ୍ତି | ନିର୍ମଳା କହିଛନ୍ତି, ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଅନ୍ନ ଯୋଜନାକୁ ୫ ବର୍ଷ ପାଇଁ ବଢ଼ାଇ ଦିଅ ଯାଇଛି | ଏହାଦ୍ୱାରା ୮୦ କୋଟି ଲୋକ ଲାଭବାନ ହେବେ |
ଏହାବ୍ୟତୀତ ନିଯୁକ୍ତି, ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ୧ ଲକ୍ଷ ୪୮ ହଜାର କୋଟି ବ୍ୟବସ୍ଥା କରାଯାଇଥିବା କହିଥିଲେ ନିର୍ମଳା |
୩୨ ଫସଲର ୧୦୯ ଉନ୍ନତ ଅମଳକ୍ଷମ ବିହନ ପ୍ରଦାନ କରିବା, ୧ କୋଟି ଚାଷୀଙ୍କୁ ପ୍ରାକୃତିକ ଉପାୟରେ ଚାଷ କରିବା ପାଇଁ ପ୍ରୋତ୍ସାହନ ଦେବା ସହ ଷ୍ଟୋରେଜ ଓ ମାର୍କେଟିଂ ବ୍ୟବସ୍ଥା ଉପରେ ମଧ୍ୟ ଗୁରୁତ୍ୱ ଦେଇଥିଲେ |
୫ ବର୍ଷ ପାଇଁ ବଢ଼ିଲା ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଅନ୍ନ ଯୋଜନା
