୫ଟି ସଚିବ ଭି. କେ ପାଣ୍ଡିଆନ୍ଙ୍କ ଉପରକୁ କାଳିମାଡ଼ ହୋଇଛି। ପୁରୀ ଜିଲ୍ଲା ସତ୍ୟବାଦୀ ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ ନିକଟ ପଡ଼ିଆରେ ଏହି କାଳିମାଡ଼ ହୋଇଥିଲା l କଲେଜର ଏକ ସଭାରେ ଯୋଗ ଦେବାବେଳେ ଏହି କାଳିମାଡ଼ ହୋଇଥିବା ସୂଚନା ମିଳିଛି ।୫ଟି ସଚିବଙ୍କ ସହ ପୁରୀ ଜିଲ୍ଲାପାଳଙ୍କ ଉପରେ ମଧ୍ୟ କାଳିମାଡ଼ ହୋଇଛି l ତେବେ ଯାହା ଜଣାପଡିଛି ୫-ଟି ସଚିବଙ୍କ ଉପରକୁ କାଳିମାଡ଼ ବେଳେ ତାହାର ଛିଟା ପୁରୀ ଜିଲ୍ଲାପାଳଙ୍କ ଉପରେ ପଡ଼ିଛି।
ସୂଚନା ଅନୁସାରେ ଜଣେ ଯୁବକ ଏହି କାଳିମାଡ଼ କରିଛନ୍ତି। ପୋଲିସ ସମ୍ପୃକ୍ତ ଯୁବକକୁ ଗିରଫ ମଧ୍ୟ କରିସାରିଛି । ୫-ଟି ସଚିବ ଆଜି କାକଟପୁର, ନିମାପଡ଼ା ପରେ ପୁରୀରେ ମିଶନ ଶକ୍ତି କାର୍ଯ୍ୟକ୍ରମର ଜନଶୁଣାଣିରେ ଯୋଗ ଦେଇଥିଲେ l ଏହି ସବୁ ସ୍ଥାନରେ ଯୋଗଦେବା ପରେ ସତ୍ୟବାଦୀ ଗସ୍ତ କରିଥିଲେ। ତେବେ ସତ୍ୟବାଦୀ ଗସ୍ତ ବେଳେ ଏହି କାଳିମାଡ଼ ହୋଇଥିଲା । ଗତକାଲି ମଧ୍ୟ ପୁରୀ, ପିପିଲି, ବ୍ରହ୍ମଗିରି, କୃଷ୍ଣପ୍ରସାଦରେ ଜନଶୁଣାଣି ବେଳେ ଭି.କେ ପାଣ୍ଡିଆନ ଯୋଗ ଦେଇଥିଲେ। ତେବେ ଏହି କିଛି ଦିନ ମଧ୍ୟରେ ୫-ଟି ସଚିବ ଭି. କେ ପାଣ୍ଡିଆନ୍ ବିଭିନ୍ନ ସ୍ଥାନକୁ ଯାଇ ଅନେକ ସଭା ସମିତିରେ ଯୋଗ ଦେଉଥିବା ବେଳେ ଆଜି ହଟାଥ ଏପରି ଏକ ଘଟଣା ଦେଖିବାକୁ ମିଳିଛି ୫-ଟି ସଚିବ ଭି. କେ ପାଣ୍ଡିଆନ୍ଙ୍କ ସହ l
୫-ଟି ସଚିବଙ୍କ ଉପରକୁ କାଳିମାଡ଼

