Site icon UTKAL PRATIDIN

୨୦୨୪ରେ କ୍ଷେତ୍ର ପ୍ରସ୍ତୁତ ପାଇଁ ମହାପ୍ରଭୁଙ୍କ ଦର୍ଶନ କଲେ ଦୁଇ ମନ୍ତ୍ରୀ

1

ପୁରୀ: ଆଜି ପୁରୀରୁ ଯାତ୍ରା ଆରମ୍ଭ କରିବ ବନ୍ଦେ ଭାରତ ଏକ୍ସପ୍ରେସ। ୧୩୦ କିଲୋମିଟର ବେଗରେ ଯିବାକୁ ଥିବା ଏହି ଏକ୍ସପ୍ରେସକୁ ଭିଡିଓ କନ୍ଫେରେନସରେ ପତାକା ହଲାଇ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏଣୁ ଏହା ପୂର୍ବରୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ର ଉଚ୍ଚଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁରୀରେ ପହଞ୍ଚିଛନ୍ତି । ଦୁଇ କେନ୍ଦ୍ର ମନ୍ତ୍ରୀ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି। ବନ୍ଦେ ଭାରତ ଏକ୍ସପ୍ରେସର ସଫଳତା ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।

ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ଶ୍ରୀମନ୍ଦିର ନିକଟରେ ଭବ୍ଯ ସ୍ୱାଗତ କରାଯାଇଥିଲା। ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ ପ୍ରଦାନ କରାଯାଇଥିଲା। ଦର୍ଶନ ସାରି ଫେରିବା ସମୟରେ ରଥଖଳାକୁ ଯାଇ ରଥଚକକୁ ମୁଣ୍ଡିଆ ମାରି ଆଶୀର୍ବାଦ ନେଇଥିଲେ। ଭଉଁରୀ ଦିନ ଚକଡେରା ହୋଇଥିବା ନନ୍ଦିଘୋଷ ରଥର ଚକଅଖକୁ ସ୍ପର୍ଶ କରି ପ୍ରଣାମ କରିଥିଲେ।

ଆଜିର ଦିନ ଏକ ଅବିସ୍ମରଣୀୟ ଦିନ ହୋଇ ରହିବ। ଦ୍ରୁତଗାମୀ ଟ୍ରେନ୍ ଭାବେ ବନ୍ଦେ ଭାରତ ଏକ୍ସପ୍ରେସ ଆଜି ପୁରୀ ଧାମରୁ ଗଡିବ । ପୁରୀ ଷ୍ଟେସନକୁ ବିଶ୍ୱସ୍ତରୀୟ ଷ୍ଟେସନ ଭାବେ କରାଯିବା ସହ ବନ୍ଦେ ଭାରତ ଏକ୍ସପ୍ରେସର ଚଳାଚଳ ଭକ୍ତ, ଦର୍ଶନାର୍ଥି ଓ ପର୍ଯ୍ଯଟକଙ୍କ ପାଇଁ ଆଉ ଏକ ସୁଯୋଗ ସୃଷ୍ଟି କରିବ ବୋଲି ମନ୍ତ୍ରୀ କହିଛନ୍ତି  ।

Exit mobile version