Site icon UTKAL PRATIDIN

ହରିୟାଣାର ଗାୟକ ରାଜୁ ପଞ୍ଜାବୀଙ୍କ ପରଲୋକ

photo_6278511566026553730_y

ହରିୟାଣାର ଜଣାଶୁଣା ଗାୟକ ରାଜୁ ପଞ୍ଜାବୀ ୪୦ ବର୍ଷ ବୟସରେ ପ୍ରାଣତ୍ୟାଗ କରିଛନ୍ତି l ହରିୟାଣାର ଏକ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଛି। ସୂଚନା ଅନୁସାରେ ରାଜୁ ପଞ୍ଜାବୀ ହରିୟାଣାର ହିସାର ଡାକ୍ତରଖାନାରେ ଭର୍ତ୍ତି ହୋଇ ଗତ ଦଶ ଦିନ ହେବ ଜଣ୍ଡିସ ନିମନ୍ତେ ଚିକିତ୍ସିତ ହେଉଥିଲେ। ମଙ୍ଗଳବାର ଅର୍ଥାତ ଆଜି ତାଙ୍କର ମୃତ୍ୟୁ ହୋଇଛି l ତେବେ ତାଙ୍କ ମୃତ୍ୟୁ ଖବର ମିଳିବା ପରେ ହରିୟାଣା ସଂଗୀତ ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି । କିଛି ଦିନ ପୂର୍ବରୁ ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ସେ ଘରକୁ ଫେରିଥିଲେ, କିନ୍ତୁ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଯାଇ ତାଙ୍କୁ ପୁଣି ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଥିଲା। ତେବେ ସେହି ଚିକିତ୍ସଧୀନ ଅବସ୍ଥାରେ ଏବେ ତାଙ୍କର ମୃତ୍ୟୁ ହୋଇଛି l ଏବେ ତାଙ୍କର ଶେଷ କୃତ୍ୟ ତାଙ୍କ ପୈତୃକ ସ୍ଥାନ ତଥା ଖେଡ଼ା ଜିଲ୍ଲାର ରାବତସର ଠାରେ କରାଯିବ l ରାଜୁ ପଞ୍ଜାବୀଙ୍କ ମୃତ୍ୟୁରେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ମଧ୍ୟ ଟୁଇଟ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ହରିୟାଣା ମୁଖ୍ୟମନ୍ତ୍ରୀ ତାଙ୍କ ଟୁଇଟରେ ଲେଖିଛନ୍ତି, ପ୍ରସିଦ୍ଧ ହରିୟାଣୀ ଗାୟକ ତଥା ସଙ୍ଗୀତ ନିର୍ମାତା ରାଜୁ ପଞ୍ଜାବୀ ଜୀଙ୍କର ଦେହାନ୍ତ ହେବାର ଦୁଃଖଦ ଖବର ମିଳିଛି। ତାଙ୍କ ବିୟୋଗ ହରିୟାଣା ସଙ୍ଗୀତ ଶିଳ୍ପ ପାଇଁ ଏକ ଅପୂରଣୀୟ କ୍ଷତ। ଈଶ୍ୱର ତାଙ୍କ ଶ୍ରୀଚରଣରେ ବିଦାୟ ଆତ୍ମାକୁ ସ୍ଥାନ ଦିଅନ୍ତୁ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ଏହି ଅପାର ଦୁଃଖ ସହିବାକୁ ଶକ୍ତି ଦିଅନ୍ତୁ।ଚଣ୍ଡିଗଡ଼ : ହରିୟାଣାର ଜଣାଶୁଣା ଗାୟକ ରାଜୁ ପଞ୍ଜାବୀ ୪୦ ବର୍ଷ ବୟସରେ ପ୍ରାଣତ୍ୟାଗ କରିଛନ୍ତି l ହରିୟାଣାର ଏକ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଛି। ସୂଚନା ଅନୁସାରେ ରାଜୁ ପଞ୍ଜାବୀ ହରିୟାଣାର ହିସାର ଡାକ୍ତରଖାନାରେ ଭର୍ତ୍ତି ହୋଇ ଗତ ଦଶ ଦିନ ହେବ ଜଣ୍ଡିସ ନିମନ୍ତେ ଚିକିତ୍ସିତ ହେଉଥିଲେ। ମଙ୍ଗଳବାର ଅର୍ଥାତ ଆଜି ତାଙ୍କର ମୃତ୍ୟୁ ହୋଇଛି l ତେବେ ତାଙ୍କ ମୃତ୍ୟୁ ଖବର ମିଳିବା ପରେ ହରିୟାଣା ସଂଗୀତ ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି । କିଛି ଦିନ ପୂର୍ବରୁ ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ସେ ଘରକୁ ଫେରିଥିଲେ, କିନ୍ତୁ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଯାଇ ତାଙ୍କୁ ପୁଣି ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଥିଲା। ତେବେ ସେହି ଚିକିତ୍ସଧୀନ ଅବସ୍ଥାରେ ଏବେ ତାଙ୍କର ମୃତ୍ୟୁ ହୋଇଛି l ଏବେ ତାଙ୍କର ଶେଷ କୃତ୍ୟ ତାଙ୍କ ପୈତୃକ ସ୍ଥାନ ତଥା ଖେଡ଼ା ଜିଲ୍ଲାର ରାବତସର ଠାରେ କରାଯିବ l ରାଜୁ ପଞ୍ଜାବୀଙ୍କ ମୃତ୍ୟୁରେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ମଧ୍ୟ ଟୁଇଟ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ହରିୟାଣା ମୁଖ୍ୟମନ୍ତ୍ରୀ ତାଙ୍କ ଟୁଇଟରେ ଲେଖିଛନ୍ତି, ପ୍ରସିଦ୍ଧ ହରିୟାଣୀ ଗାୟକ ତଥା ସଙ୍ଗୀତ ନିର୍ମାତା ରାଜୁ ପଞ୍ଜାବୀ ଜୀଙ୍କର ଦେହାନ୍ତ ହେବାର ଦୁଃଖଦ ଖବର ମିଳିଛି। ତାଙ୍କ ବିୟୋଗ ହରିୟାଣା ସଙ୍ଗୀତ ଶିଳ୍ପ ପାଇଁ ଏକ ଅପୂରଣୀୟ କ୍ଷତ। ଈଶ୍ୱର ତାଙ୍କ ଶ୍ରୀଚରଣରେ ବିଦାୟ ଆତ୍ମାକୁ ସ୍ଥାନ ଦିଅନ୍ତୁ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ଏହି ଅପାର ଦୁଃଖ ସହିବାକୁ ଶକ୍ତି ଦିଅନ୍ତୁ।

Exit mobile version