Site icon UTKAL PRATIDIN

ସ୍ବପ୍ନ ପୂରଣ ପାଇଁ ଯାଇଥିଲା, ଶବ ହୋଇ ଫେରିଲା; ଝିଅକୁ ଝୁରି କାନ୍ଦୁଛନ୍ତି ମା

shreya

ନୂଆଦିଲ୍ଲୀ: ମା, ଘରକୁ ଯିବାକୁ ମନ ହେଉଛି ।  ତୁମ କଥା ବହୁତ ମନେ ପଡୁଛି । ହେଲେ କେମିତି ଯିବି ?  ମୁଁ  ଯାଇପାରିବିନି । ସ୍ବପ୍ନ ପୁରଣ କରି ଘରକୁ  ଯିବି । ହେଲେ କିଏ ଜାଣିଥିଲା, ଆଜି IAS ହେବାର ଜିଦରେ  ଅଟଳ ଥିବା ଝିଅଟି ଦିନକ ପରେ  ଶବ ହୋଇ ଫେରିବ ବୋଲି ? ହଁ,  ଆମେ ଏଠି କହୁଛୁ, ଦିଲ୍ଲୀ ରାଜେନ୍ଦ୍ର ନଗର କୋଚିଂ ସେଣ୍ଟର ଦୁର୍ଘଟଣାରେ ଜୀବନ ହରାଇଥିବା ଶ୍ରେୟା ଯାଦବଙ୍କ କଥା ।

ଉତ୍ତରପ୍ରଦେଶ ହସିମ ପୁର ଗାଁର  ଝିଅ ଶ୍ରେୟା । କେତେ ସ୍ବପ୍ନ ନେଇ ଆସିଥିଲା ଦିଲ୍ଲୀ । IAS ହେବ । ରାଜେନ୍ଦ୍ର ନଗର କୋଚିଂ ସେଣ୍ଟରରେ ପାଣି ପଶିଯିବା ଘଟଣାରେ ମୃତକଙ୍କ ମଧ୍ୟରେ ଥିଲେ ଶ୍ରେୟା | ଆଜି ଘରକୁ ଫେରିଛି ମୃତ ଦେହ | ପରିବାର ଓ ବନ୍ଧୁ ପରିଜନଙ୍କ କନ୍ଦରେ ଫାଟି ପଡୁଛି ପରିବେଶ  | ମା ଆଖିର ଲୁହ ଯେମିତି ଅଟକିବ ବୋଲି  କହୁନି |  ଯେଉଁ ଝିଅ କାଲି କଥା ହୋଇ ତାଙ୍କ ଭଲମନ୍ଦ କଥା ପଚାରୁ ଥିଲା ଆଜି ସେ ଝିଅ କେମିତି ଶବ ପାଲଟିଗଲା ?

କୋହଭରା କଣ୍ଠରେ କହୁଥିଲେ ଶ୍ରେୟାଙ୍କ ମା  ଶାନ୍ତି ଦେବୀ | ଦିନକ  ପୂର୍ବରୁ ଫୋନ କରି ଦୀର୍ଘ ସମୟ କଥା ହୋଇଥିଲା | ଘର କଥା,  ପରିବାର କଥା ବହୁତ ମନେ ପଡୁଛି ବୋଲି କହୁଥିଲା | ସମସ୍ତଙ୍କ କଥା ପଚାରୁଥିଲା | ହେଲେ ପରଦିନ ଯେତେବେଳେ ଝିଅର ମୃତ୍ୟୁ ଖବର ଶୁଣିଲି ପ୍ରଥମେ ବିଶ୍ୱାସ କରି ପରି ନ ଥିଲି |

ବେସମେଣ୍ଟରେ ପାଠପଢା ନେଇ କଡା ସମାଲୋଚନା କରିଛନ୍ତି ଶ୍ରେୟାଙ୍କ ମା | ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ଦାବୀ ବି ଉଠାଇଛନ୍ତି | ଝିଅ IAS ହୋଇ ଅସିଥାନ୍ତା, ଶବ ହୋଇ ଆସିଲା | ଏହାଠାରୁ ବଳି ବଡ ଦୁଃଖ ବାପା-ମାଙ୍କ ପାଇଁ କଣ ହୋଇପାରେ ?

Exit mobile version