Site icon UTKAL PRATIDIN

ସ୍ଥଗିତ ରହିଲା ଜାପାନର ପ୍ରଥମ ଚନ୍ଦ୍ର ମିଶନ

WhatsApp Image 2023-08-28 at 10.56.21

ଟୋକିୟୋ : ଜାପାନ ଏହାର ପ୍ରଥମ ଚନ୍ଦ୍ର ମିଶନ କରିବାକୁ ଯାଉଥିଲା l ଚନ୍ଦ୍ର ପୃଷ୍ଠରେ ଅବତରଣ କରିବାର ପ୍ରଥମ ପ୍ରୟାସ ଅନ୍ତର୍ଗତ ସୋମବାର ଅର୍ଥାତ ଆଜି ଜାପାନ ଏଚ-2ଏ ରକେଟ ଉତକ୍ଷେପଣ କରିବାର କାର୍ଯ୍ୟକ୍ରମ ଥିଲା । କିନ୍ତୁ ଏବେ ପାଇଁ ଏହାର ଉତକ୍ଷେପଣକୁ ସ୍ଥଗିତ ରଖାଯାଇଛି l ତେବେ ପାଗ ଖରାପ ହୋଇଥିବା ଯୋଗୁଁ ମିଶନକୁ ସ୍ଥଗିତ ରଖାଯାଇଛି ବୋଲି ସୂଚନା ମିଳିଛି ।

ଜାପାନ ଦକ୍ଷିଣ-ପଶ୍ଚିମ କାଗୋସିମା ପ୍ରିଫେକ୍ଟରର ତାନେଗାସିମା ସ୍ପେସ ସେଣ୍ଟରରୁ ସୋମବାର ପୂର୍ବାହ୍ନ ୯ଟା ୨୬ରେ ଏହି ରକେଟ ଉତକ୍ଷେପଣ କରିବାର କାର୍ଯ୍ୟକ୍ରମ ରହିଥିଲା। ଚନ୍ଦ୍ରକୁ ଯାଞ୍ଚ କରିବା ପାଇଁ ଏକ ସ୍ମାର୍ଟ ଲ୍ୟାଣ୍ଡର୍‌ ଜାପାନ ଏରୋସ୍ପେସ ଏକ୍ସପ୍ଲୋରେଶନ ଏଜେନ୍ସି ଦ୍ୱାରା ଏହା ବିକଶିତ କରାଯାଇଥିଲା ଯାହା ଏହି ରକେଟ ଦ୍ୱାରା ପ୍ରେରଣ କରାଯିବାର ଆଜି କାର୍ଯ୍ୟକ୍ରମ ରହିଥିଲା । ଏହି ଲ୍ୟାଣ୍ଡର ଚନ୍ଦ୍ରରେ ସଠିକ ଅବତରଣ ପ୍ରକ୍ରିୟା ପ୍ରଦର୍ଶନ କରିବା ପରେ ସେଠାରେ ପଥରର ଅନୁସନ୍ଧାନ କରିବ ବୋଲି କୁହାଯାଉଛି । ତେବେ ଯଦି ଏହି ମିଶନ ସଫଳ ହୁଏ, ତେବେ ଜାପାନ ଚନ୍ଦ୍ରରେ ଏକ ଯାନକୁ ସଫଳତାର ସହ ଅବତରଣ କରିବାରେ ବିଶ୍ୱର ପଞ୍ଚମ ଦେଶ ହେବ ।

Exit mobile version