
ବଲିଉଡ କୁଇନ କଙ୍ଗନା ରଣାଓ୍ଵତଙ୍କୁ ଅବା କିଏ ନ ଜାଣିଛି l ଇଣ୍ଡଷ୍ଟ୍ରୀରେ ତାଙ୍କ ଫିଲ୍ମକୁ ନେଇ ହଉ ଅବା ତାଙ୍କର ବକ୍ତବ୍ୟ କୁ ନେଇ ହଉ ସେ ସବୁବେଳେ ଚର୍ଚ୍ଚାରେ ରହିଆସୁଛନ୍ତି । ଏବେ ପୁଣି କୁଇନ କଙ୍ଗନା ତାଙ୍କ ନୂଆଫିଲ୍ମ ‘ଚନ୍ଦ୍ରମୁଖୀ ୨’ କୁ ନେଇ ଚର୍ଚ୍ଚାରେ ଅଛନ୍ତି । ଏହି ଫିଲ୍ମ ଟି ହରର ଏବଂ କମେଡି ଫିଲ୍ମ ବୋଲି ଜଣା ପଡୁଛି l ତେବେ ଲାଇକା ପ୍ରଡକ୍ସନରୁ ‘ଚନ୍ଦ୍ରମୁଖୀ ୨’ ର କଙ୍ଗନାଙ୍କ ପ୍ରଥମ ଲୁକ୍ ଅବା ପ୍ରଥମ ପୋଷ୍ଟର ସାମ୍ନାକୁ ଆସିଛି ।
ସେହି ପୋଷ୍ଟର ରେ କଙ୍ଗନା ଗ୍ରିନ୍ ଶାଢି ଓ ଭାରି ଗହଣା ପିନ୍ଧିଥିବାର ନଜର ଆସିଛନ୍ତି l ତେବେ କଙ୍ଗନାଙ୍କ ଏହି ରୂପ ଦେଖି ଫିଲ୍ମକୁ ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ବଢିବାରେ ଲାଗିଛି । ତେବେ ଗଣେଷ ଚତୁର୍ଥୀରେ ଏହି ଫିଲ୍ମଟି ରିଲିଜ ହେବ ବୋଲି କୁହାଯାଉଛି ।
‘ଚନ୍ଦ୍ରମୁଖୀ ୨’ର ପୋଷ୍ଟରରେ ଦେଖିବା ପାଇଁ ମିଳିଛି ଯେ, କଙ୍ଗନା ଏକ ମହଲ ଭିତରେ ଛିଡା ହୋଇଛନ୍ତି । ଲାଇକା ପ୍ରଡକ୍ସନ୍ସ ଏହି ପୋଷ୍ଟର ସେୟାର କରିଛି ଓ ସେହି କ୍ୟାପ୍ସନରେ ଲେଖାଯାଇଛି, କଙ୍ଗନାଙ୍କ ଏହି ସୁନ୍ଦର ଲୁକ୍ ସମସ୍ତଙ୍କ ଧ୍ୟାନ ଆକର୍ଷିତ କରିଛି । ଏହା ବ୍ୟତୀତ ‘ଚନ୍ଦ୍ରମୁଖୀ ୨’ରୁ ଚନ୍ଦ୍ରମୁଖୀର ପ୍ରଥମ ରୂପରେ କଙ୍ଗନା ରଣାଓ୍ଵତ ଦର୍ଶକଙ୍କ ସାମ୍ନାକୁ ଆସିଛନ୍ତି ।
ଲାଇକା ପ୍ରଡକ୍ସନ୍ସ କଙ୍ଗନାଙ୍କ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି । ଯେଉଁଥିରେ କଙ୍ଗନାଙ୍କୁ ସବୁ ଭିନ୍ନ ଭିନ୍ନ ଫିଲ୍ମର ଭୂମିକାରେ ଦେଖିବା ପାଇଁ ମିଳିଛି । ସେଥିରେ ମଧ୍ୟ ଲେଖାଯାଇଛି ,ଅପେକ୍ଷା ଶେଷ ହେଲା, ବର୍ଷ ବର୍ଷ ଧରି ମନରେ ରାଜ କରୁଥିବା ରାଣୀ ଏଥର ଫେରି ଆସିଛନ୍ତି ।
ଏହିଫିଲ୍ମରେ କଙ୍ଗନା ଙ୍କ ସହ ସାଉଥ୍ ହିରୋ ରାଘବ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ଫିଲ୍ମ ଗଣେଷ ଚତୁର୍ଥୀରେ ନିକଟତର ସିନେମା ହଲ୍ରେ ରିଲିଜ ହେବ । ଏହା ବ୍ୟତୀତ ଫିଲ୍ମଟି ପାଞ୍ଚଟି ଭାଷାରେ ଯଥା ତାମିଲ, ତେଲଗୁ, ହିନ୍ଦୀ, ମାଲାୟାଲମ୍ ଓ କନ୍ନଡରେ ରିଲିଜ ହେବ । ତେବେ ଏହି ହରର କମେଡି ଫିଲ୍ମ ‘ଚନ୍ଦ୍ରମୁଖୀ ୨’କୁ ଦର୍ଶକ ଦେଖିବା ପାଇଁ ବହୁତ ଉତ୍ସାହିତ ଅଛନ୍ତି ।11:52 AM