Site icon UTKAL PRATIDIN

ସଡ଼କ ଦୁର୍ଘଟଣାରେ ଗଲା ଯବାନଙ୍କ ଜୀବନ

photo_6201656918720760749_y

କିଛି ମୁହୂର୍ତ୍ତ ରେ ଚାଲିଗଲା ଜୀବନ, ମିଳେଇଗଲା ଖୁସି। ସୋସିଆଲ ମିଡ଼ିଆ ରେ ରିଲ ଅପଲୋଡ଼ କରିବାର କିଛି ସମୟପରେ ଚାଲିଯାଇଥିଲା ଜୀବନ। ମୃତକ ବ୍ୟକ୍ତି ଜଣକ ବିଏସଏଫ ଯବାନ ବୋଲି ଜଣାପଡିଛି l ସଡ଼କ ଦୁର୍ଘଟଣାରେ ଆଖି ବୁଜିଛନ୍ତି ଏହି ଯବାନ । ମୃତ ଯବାନ ଜଣଙ୍କ ଗଞ୍ଜାମ ଜିଲ୍ଲା କୁସରବାର ଜିତେନ୍ଦ୍ର କୁମାର ପାଢ଼ୀ । ୨୫ ବର୍ଷର ଜିତେନ୍ଦ୍ର ଗତ ୨ ବର୍ଷ ହେବ ବିଏସଏଫରେ ଭର୍ତ୍ତି ହେବା ସହ ପଞ୍ଜାବରେ ପୋଷ୍ଟିଂ ପାଇଥିଲେ । ଜୁଲାଇ ୬ ତାରିଖରେ ଘରକୁ ଆସିଥିଲେ ଏହି ଯବାନ । ସୂଚନା ଅନୁଯାୟୀ , ଜିତେନ୍ଦ୍ର ଆଜି ବାଇକ୍ ଯୋଗେ ସୋରଡ଼ାରୁ ଘରକୁ ଫେରୁଥିଲେ । ଧରାକୋଟ ଥାନା ବରଡ଼ାବାଲି ନିକଟରେ ତାଙ୍କ ବାଇକ୍ ସହ ଏକ ଘରୋଇ ବସ୍ ର ଧକ୍କା ହୋଇଥିଲା ଓ ସେହି ଘଟଣାସ୍ଥଳରେ ହିଁ ଜିତେନ୍ଦ୍ରଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାର କିଛି ସମୟ ପୂର୍ବରୁ ଯବାନ ଜଣଙ୍କ ବାଇକରେ ଯାଉଥିବା ବେଳେ ଏକ ଗୀତର ରିଲ୍ କରି ସୋସିଆଲ ମିଡ଼ିଆ ରେ ଅପଲୋଡ୍ କରିଥିଲେ । ଯେଉଁଥିରେ ବାଇକ୍ ଚାଳନା ବେଳେ ଜିତେନ୍ଦ୍ର ହେଲମେଟ୍ ପିନ୍ଧି ନଥିବା ବେଳେ ଗୋଟିଏ ହାତରେ ଗାଡ଼ି ଚଲାଇ ଅନ୍ୟ ହାତରେ ମୋବାଇଲ୍ ଧରି ଭିଡିଓ ସୁଟ୍ କରୁଥିବା ଦେଖା ଯାଉଛି।

Exit mobile version