ଘୋଷଯାତ୍ରାର ସମସ୍ତ ନୀତିକାନ୍ତି ସମାପନ ହେବାପରେ ଆଜି ଶ୍ରୀମନ୍ଦିର ଫେରିଛନ୍ତି ଶ୍ରୀଜିଉ ।ଆଜିଠୁ ସ୍ୱାଭାବିକ ଭାବରେ ଚାଲିବ ନୀତିକାନ୍ତି, ରତ୍ନବେଦିରୁ ଭକ୍ତଙ୍କୁ ଦର୍ଶନ ଦେବେ ମହାବାହୁ ।ଦିର୍ଘ ୧୩ଦିନପରେ ନିଳାଚଳରୁ ବାହାରିବ ଅବଢ଼ା। ରଥଯାତ୍ରା ପରେ ଶ୍ରୀଜିଉଙ୍କୁ ରତ୍ନବେଦିରେ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁଙ୍କର ଲାଗିଛି ଭିଡ଼,ଏନେଇ ଚିନ୍ତାରେ ପ୍ରଶାସନ, ଶ୍ରୀମନ୍ଦିର ଚାରିଦ୍ୱାର ଖୋଲାଥିବାରୁ ମନ୍ଦିର ପରିସର ଭିତରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି ।

ଭିଡକୁ ନିୟନ୍ତ୍ରଣ କରିବା ସହ ରତ୍ନଭଣ୍ଡାର ମରାମତି କାର୍ଯ୍ୟ କିପରି କରାଯିବ ସେ ନେଇ ଚିନ୍ତାରେ ରହିଛି ପୁରୀ ମନ୍ଦିର ପ୍ରଶାସନ ।ପୂର୍ବ ସରକାର ଚାରି ଦ୍ୱାରା ବନ୍ଦ କରିଥିବାରୁ ଏହାକୁ ନେଇ ପ୍ରଶ୍ନ ଉଠାଇଥିଲା ବିଜେପି ସରକାର, ବିଜେପି ସରକାର କ୍ଷମତାକୁ ଆସିଲା ପରେ ଚାରିଦ୍ୱାର ଖୋଲାଯାଇଥିବାରୁ ମନ୍ଦିର ପରିସରରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି, ଫଳରେ ଅତ୍ୟଧିକ ଭିଡ଼ ହେବାରୁ ଠେଲାପେଲା ସ୍ଥିତି ମଧ୍ୟ ଉପୁଜୁଛି ।ଏସବୁ ସ୍ଥିତିରେ କିପରି ସୁଧାର ଆସିବା ସେ ନେଇ ଚିନ୍ତାରେ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ।