ଆନ୍ଧ୍ରପ୍ରଦେଶର ବିଜୟୱାଡାର ଏକ ବାଇକ୍ ଶୋ’ ରୁମରେ ଭୟାନକ ଅଗ୍ନିକାଣ୍ଡ ଦେଖିବାକୁ ମିଳିଛି l ଏହି ଅଗ୍ନିକାଣ୍ଡରେ ୪୦୦ରୁ ଅଧିକ ବାଇକ୍ ପୋଡି ପାଉଁଶ ହୋଇଯାଇଛି । କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇ ଥିବାବେଳେ ଶୌଭାଗ୍ୟବଶତଃ ଏଥିରେ କୌଣସି ଜୀବନହାନୀ ଘଟିନାହିଁ । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ସୂଚନା ଅନୁସାରେ ଆଜି ବିଜୟୱାଡା ଠାରେ ଏକ ଟିଭିଏସ୍ ବାଇକ୍ ଶୋ’ ରୁମରେ ନିଆଁ ଲାଗି ଯାଇଥିଲା। କେପି ନଗର ଅଞ୍ଚଳ ଦେଇ ଯାଇଥିବା ଚେନ୍ନାଇ-କୋଲକାତା ରାଜପଥ ନିକଟରେ ଥିଲା ଏହି ଶୋ’ ରୁମ୍ । କୌଣସି କାରଣରୁ ଏଠାରେ ଅଗ୍ନିକାଣ୍ଡ ଘଟି କୋଟି କୋଟି ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି। ଅଗ୍ନିଶମ ବାହିନୀର ଜଣେ କର୍ମଚାରୀ କହିଛନ୍ତି ଯେ, ଉଦ୍ଧାରକାରୀ ଟିମ୍ ପହଞ୍ଚିଲା ବେଳକୁ ଧୂଆଁମୟ ହୋଇଯାଇଥିଲା ପୂରା ପରିବେଶ । ନିଆଁକୁ ଆୟତ୍ତ କରିବା ପାଇଁ ଘଣ୍ଟାଏରୁ ଦେଢ ଘଣ୍ଟା ସମୟ ଲାଗି ଯାଇଥିଲା । ଶୋ’ ରୁମରେ ଥିବା ୧୦୦୦ ବାଇକ୍ ମଧ୍ୟରୁ ପ୍ରାୟ ୪୦୦ ରୁ ୫୦୦ ବାଇକ୍ ପୋଡି ନଷ୍ଟ ହୋଇଯାଇଛି । ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡି ନାହିଁ। କେଉଁ କାରଣରୁ ଏତେ ବଡ ଦୁର୍ଘଟଣା ଘଟିଗଲା ଏବେ ସେନେଇ ତଦନ୍ତ କରାଯାଉଛି।
ଶୋ’ ରୁମରେ ନିଆଁ ଲାଗି ଜଳିଗଲା ୪୦୦ ରୁ ଊର୍ଦ୍ଧ୍ୱ ବାଇକ
