
ଶୁଭଲକ୍ଷ୍ମୀ ଆତ୍ମହତ୍ୟା କରିଥିବା କହିଲେ ଡିସିପି । ପୋଷ୍ଟମର୍ଟମ ରିପୋର୍ଟ ଓ ତଦନ୍ତରୁ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି ବୋଲି ଡିସିପି କହିଛନ୍ତି । ତେବେ ଆତ୍ମହତ୍ୟା ପଛରେ କାହାର ହାତ ଅଛି କି ନାହିଁ ସେ ଦିଗରେ ତଦନ୍ତ ଚାଲିଛି ବୋଲି ଡିସିପି କହିଛନ୍ତି । ଶୁଭଲକ୍ଷ୍ମୀଙ୍କ ସିଡିଆର ପାଇଛୁ, କିଛି ସନ୍ଦିଗ୍ଧ ତଥ୍ୟ ସେଥିରୁ ମିଳିନି । ହୋଟେଲର ସିସିଟିଭି ଯାଞ୍ଚ କରାଯାଇଛି । ଆତ୍ମହତ୍ୟା କରିଥିବା ସ୍ପଷ୍ଟ ହୋଇଥିଲେ ବି କାରଣ ଅସ୍ପଷ୍ଟ ରହିଛି। ସେଥିପାଇଁ ପରିବାର, ପରିଜନଙ୍କୁ ପଚରାଉଚରା କରୁଛୁ ବୋଲି କହିଛନ୍ତି ଡିସିପି । ତାଙ୍କ ମୃତ୍ୟୁ ପଛରେ କାହାର ହାତ ଅଛି କି ନାହିଁ ସେନେଇ ତଦନ୍ତ କରାଯାଉଛି ବୋଲି ଡିସିପି କହିଛନ୍ତି । କୁହାଯାଉଥିବା ଭାଇରାଲ ଭିଡିଓ ପୋଲିସ ହାତରେ ଲାଗିନାହିଁ । ସେମିତି କିଛି ଭିଡିଓ ଆସିଲେ ଆମେ ତର୍ଜମା କରିବୁ। ଆତ୍ମହତ୍ୟା ସହ ଭିଡିଓର କିଛି ସଂପର୍କ ଅଛି କି ନାହିଁ ଆମେ ତର୍ଜମା କରିବୁ ବୋଲି ଡିସିପି କହିଛନ୍ତି । ଶୁଭଲକ୍ଷ୍ମୀ ଯୁକ୍ତ ୨ ପ୍ରଥମ ବର୍ଷରେ ନାମ ଲେଖାଇବା ବେଳେ ସେ ତାଙ୍କର ଜନ୍ମ ତାରିଖ ୨୦୦୬ ମାର୍ଚ୍ଚ ୧୧ ଦର୍ଶାଇଛନ୍ତି । ଅର୍ଥାତ ମୃତ୍ୟୁ ବେଳକୁ ତାଙ୍କୁ ୧୭ ବର୍ଷ ୫ ମାସ ହୋଇଥିଲା । ଅର୍ଥାତ ସେ ଏବେ ନାବାଳିକା l କିନ୍ତୁ ପୋଲିସ ତାଙ୍କୁ ସାବାଳିକା ଦର୍ଶାଇଛି । ସେହିଦିନ ଅପରାହ୍ନ ୩ଟାରେ କଟକରୋଡରେ ଥିବା ଦୀପାଳି ହୋଟେଲ୍ ଆଣ୍ଡ୍ ବାର୍ରେ ୨୦୫ ନମ୍ବର ରୁମ୍ ବୁକ୍ କରିଥିଲେ । ପରଦିନ ମଧ୍ୟାହ୍ନରେ ହୋଟେଲ୍ ବୟ ଖାଇବା ପାଇଁ କବାଟ ବାଡ଼େଇ ଡ଼ାକିଥିଲେ ମଧ୍ୟ ସେ କବାଟ ଫିଟାଇ ନଥିଲେ । ତେଣୁ ଏନେଇ ହୋଟେଲ ମ୍ୟାନେଜରଙ୍କୁ ଜଣାଇଥିଲେ । ଅପରାହ୍ନରେ ମ୍ୟାନେଜର କବାଟ ବାଡ଼େଇ ଡାକିଥିଲେ ହେଲେ ଶୁଭଲକ୍ଷ୍ମୀ ନ ଖୋଲିବାରୁ କବାଟକୁ ଭାଙ୍ଗିବାକୁ ପଡିଥିଲା । କବାଟ ଖୋଲିବା ପରେ ଭିତରେ ଶୁଭଲକ୍ଷ୍ମୀଙ୍କ ମୃତଦେହ ଫ୍ୟାନ୍ରେ ଝୁଲୁଥିବା ଦେଖିବାକୁ ପାଇଥିଲେ । ସେ ଏନେଇ ସଙ୍ଗେ ସଙ୍ଗେ ଲକ୍ଷ୍ମୀସାଗର ଥାନା ପୁଲିସକୁ ଖବର ଦେଇଥିଲେ ।