UTKAL PRATIDIN

ଲାଲକିଲ୍ଲାରେ ପତାକା ଉତ୍ତୋଳନ କରି ଦେଶକୁ ସମ୍ବୋଧିତ କଲେ

ଆଜି ସାରା ଦେଶ ପାଳୁଛି ୭୭ତମ ସ୍ୱାଧୀନତା ଦିବସ । ସବୁଠି ଉଡୁଛି ତ୍ରିରଙ୍ଗା l ସମସ୍ତେ ସେହି ସ୍ୱାଧୀନର ଇତିହାସ କୁ ମାନେ ପକେଇବା ପାଇଁ ଆଜି ଉତ୍ସବମୁଖର l ଏହି ଅବସରରେ ଲାଲକିଲ୍ଲାରେ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶବାସୀଙ୍କୁ ସ୍ଵାଧୀନତା ଦିବସର ଶୁଭେଚ୍ଛା ଜଣାଇ ପ୍ରଧାନମନ୍ତ୍ରୀ କହିଲେ ଅମୃତକାଳରେ ବିକଶିତ ଭାରତର ସଂକଳ୍ପ ନେଇ ଆହୁରି ସଶକ୍ତ କରିବା । ହଜିଯାଇଥିବା ସମୃଦ୍ଧତା ହାସଲ କରି ଆମେ ଆଗକୁ ବଢିବା , ଆମେ ଯାହା ପଦକ୍ଷେପ ଗ୍ରହଣ କରିବା ତାହା ପରବର୍ତ୍ତୀ ୧୦୦୦ ବର୍ଷର ଭାଗ୍ୟ ସ୍ଥିର କରିବ । ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଆଜି ସାରା ବିଶ୍ୱ ଭାରତର ବିବିଧତାକୁ ଆଶ୍ଚର୍ଯ୍ୟର ସହ ଦେଖୁଛି, ତେଣୁ ମୁଁ ମୋର ଦେଶବାସୀଙ୍କ ପାଇଁ ଗର୍ବିତ । ଆମେ ଲୋକଙ୍କ ସ୍ୱାର୍ଥରେ ସବୁ କାମ କରୁଛୁ । ଭାରତ ପାଖରେ ସବୁ ସମସ୍ୟାର ସମାଧାନ ଅଛି । ଭାରତ ଏବେ ଆଉ ଅଟକିବ ନାହିଁ, କରୋନା କାଳ ଆମକୁ ମାନବିୟ ସମ୍ବେଦନଶୀଳତା ବିଷୟରେ ଶିକ୍ଷା ଦେଇଛି । ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ଆମ ଦେଶର ଯୁବପିଢି ଯେଉଁ ସୌଭାଗ୍ୟ ପାଇଛନ୍ତି ତାହା କଷ୍ଟସାଧ୍ୟ । ଆମେ ଏହାକୁ ହରାଇବା ଉଚିତ ନୁହେଁ । ଆଗାମୀ ଦିନରେ ଦେଶ ଟେକ୍ନୋଲୋଜି ଦ୍ୱାରା ପ୍ରଭାବିତ ହେବା ପାଇଁ ଯାଉଛି । ଆପଣ ସୁଯୋଗ ଖୋଜିଲେ ଏ ଦେଶ ସେତେ ଅଧିକ ସୁଯୋଗ ଦେବା ପାଇଁ ସାମର୍ଥ୍ୟ ରଖିଛି । କରୋନା ସମୟରେ ଭାରତ ସାରା ବିଶ୍ୱକୁ ମାନବିକତା ଶିଖାଇ ଦେଇଛି । ସଂସ୍କାର ପାଇଁ ହିମତ୍ ଆବଶ୍ୟକ ବୋଲି କହିଛନ୍ତି ମୋଦି । ସେହିପରି ଦେଶରେ ମୁଦ୍ରାସ୍ଫୀତି ନିୟନ୍ତ୍ରଣ ପାଇଁ ଆମେ ଅନେକ ପଦକ୍ଷେପ ନେଇଛୁ ଏବଂ ଏହି ଦିଗରେ ଆମର ଉଦ୍ୟମ ଜାରି ରହିବ । ଆଗାମୀ ଦିନରେ ଜନ ଔଷଧି କେନ୍ଦ୍ରର ସଂଖ୍ୟା ୧୦ ହଜାରରୁ ୨୫ ହଜାରକୁ ବୃଦ୍ଧି ପାଇବ ବୋଲି କହିଛନ୍ତି ମୋଦୀ । ତେବେ ପତାକା ଉତ୍ତୋଳନ ପରେ ଏପରି ଅନେକ କିଛି କହି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି l

Exit mobile version