ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ଫିଲ୍ମ ଆଗାମୀ ଚଳଚିତ୍ର ‘ଜୱାନ’ ବର୍ତ୍ତମାନ ସୋସିଆଲ ମିଡିଆରେ ଛାଇ ରହିଛି । ଏହି ସପ୍ତାହରେ ଫିଲ୍ମର ଟ୍ରେଲର ରିଲିଜ ହେବ ବୋଲି ସୂଚନା ରହିଛି । ଲୋକେ ମଧ୍ୟ ଫିଲ୍ମର ଟ୍ରେଲକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଏହି ଚଳଚ୍ଚିତ୍ରରେ ଶାହାରୁଖ ଖାନଙ୍କ ସହ ଦକ୍ଷିଣ ସିନେମାର ପ୍ରସିଦ୍ଧ ଅଭିନେତ୍ରୀ ନୟନତାରାଙ୍କୁ ଦେଖିବା ପାଇଁ ମିଳିବ ।
ଫିଲ୍ମ ‘ଜୱାନ” ୭ ସେପ୍ଟେମ୍ବର ୨୦୨୩ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ଫିଲ୍ମର ପ୍ରିଭ୍ୟୁ ରିଲିଜ ହେବା ପରେ ଏକ ଚହଳ ସୃଷ୍ଟି କରିଥିଲା । ସିନେପ୍ରେମୀ ଶାହାରୁଖଙ୍କ ନୂଆ ଅନ୍ଦାଜକୁ ବହୁ ପ୍ରଶଂସା କରିଥିଲେ । ବର୍ତ୍ତମାନ ସେନ୍ସର ବୋର୍ଡ ଶାହରୁଖ ଖାନଙ୍କ ଫିଲ୍ମ ‘ଜୱାନ’କୁ U / A ସାର୍ଟିଫିକେଟ୍ ଦେଇଛି ହେଲେ ଏହା ସହିତ ଫିଲ୍ମରେ ୭ଟି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ମଧ୍ୟ କରାଯାଇଛି ।
ଏହା ପୂର୍ବରୁ ଶାହାରୁଖ ଖାନ ଫିଲ୍ମ ‘ପଠାନ’ ଜରିଆରେ ଦୀର୍ଘ ସମୟ ପରେ ବଡ ପରଦାକୁ ଫେରିଥିଲେ । କିଙ୍ଗ ଖାନଙ୍କ ଫିଲ୍ମ ‘ପଠାନ’ ୨୫ ଜାନୁୟାରୀ ୨୦୨୩ରେ ମୁକ୍ତିଲାଭ କରିଥିଲା, ଯାହା ବକ୍ସ ଅଫିସରେ ବହୁ ଭଲ ବ୍ୟବସାୟ କରିଥିଲା । ‘ଜୱାନ’ ହେଉଛି ଶାହରୁଖ ଖାନଙ୍କ ଚଳିତ ବର୍ଷ ମୁକ୍ତିଲାଭ କରିବା ପାଇଁ ଥିବା ଦ୍ୱିତୀୟ ଫିଲ୍ମ । ଆଶା କରାଯାଉଛି ଯେ, ଫିଲ୍ମ ‘ଜୱାନ’ ବକ୍ସ ଅଫିସରେ ଅନେକ ନୂଆ ରେକର୍ଡ ସୃଷ୍ଟି କରିବ ।
ଫିଲ୍ମ ‘ଜୱାନ’ରେ ଆତ୍ମହତ୍ୟା କରିବାର କିଛି ଭିଜୁଆଲ ରହିଥିଲା l ଏବେ ଫିଲ୍ମ ନିର୍ମାତାଙ୍କୁ ଏହା ଡିଲିଟ କରିବାକୁ କୁହାଯାଇଥିବା ନେଇ ସୂଚନା ରହିଛି । ସେହିପରି ଫିଲ୍ମରେ ମୁଣ୍ଡ କାଟିଥିବା ଦୃଶ୍ୟକୁ ହଟାଇବାକୁ କୁହାଯାଇଛି l ଅନେକ ଖରାପ ଶବ୍ଦ ସହିତ ସମ୍ପ୍ରଦାୟ ପାଇଁ ବ୍ୟବହୃତ ଶବ୍ଦଗୁଡ଼ିକୁ ମଧ୍ୟ ବଦଳାଇ ଦିଆଯାଇଛି l ନେକ ଭିତ୍ତିହୀନ ସଂଳାପକୁ ପରିବର୍ତ୍ତନ କରାଯାଇଛି l ଭାରତର ରାଷ୍ଟ୍ରପତିଙ୍କ ବଦଳରେ ରାଜ୍ୟ ମୁଖ୍ୟ ଶବ୍ଦ ବ୍ୟବହାର କରିବାକୁ କୁହାଯାଇଛି ।
ଏହି ଚଳଚ୍ଚିତ୍ରରେ ଶାହାରୁଖ ଖାନଙ୍କୁ ଡବଲ୍ ରୋଲରେ ଦେଖିବା ପାଇଁ ମିଳିବ । ଫିଲ୍ମରେ ଜବରଦସ୍ତ ଆକ୍ସନ ସହ ରୋମାଞ୍ଚକ ଦୃଶ୍ୟ ଦେଖିବା ପାଇଁ ମିଳିବ । ଏହି ଚଳଚ୍ଚିତ୍ରରେ କିଙ୍ଗ ଖାନଙ୍କ ସହ ଦକ୍ଷିଣର ପ୍ରସିଦ୍ଧ ଅଭିନେତ୍ରୀ ନୟନତାରା ଏବଂ ବିଜୟ ସେତୁପଥୀ ମଧ୍ୟ ନଜର ଆସିବେ। ଏହି ଚଳଚ୍ଚିତ୍ରରେ ଦୀପିକା ପାଦୁକୋଣ, ସଞ୍ଜଜୟ ଦତ୍ତ ଏବଂ ଦକ୍ଷିଣର ମେଗାଷ୍ଟାର ଥାଲାପଥୀ ବିଜୟଙ୍କୁ ମଧ୍ୟ ଦେଖିବା ପାଇଁ ମିଳିବ । ବୋହୁ ପ୍ରତିକ୍ଷିତ କଳାକାର ମାନଙ୍କୁ ନେଇ ନିର୍ମିତ ଏହି ଚଳଚିତ୍ରକୁ ଏବେ ସମସ୍ତଙ୍କ ଅପେକ୍ଷା l

