
ହୀରାକୁଦ ଜଳଭଣ୍ଡାରର ଗେଟ୍ ଆଉ ଖୋଲିବନି। ରାଜ୍ୟକୁ ଏବେ ନାହିଁ ବନ୍ୟା ବିପଦ l ଏହାର ସୂଚନା ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ମହାନ୍ତି ଦେଇଛନ୍ତି। ଏବେ ଜଳଭଣ୍ଡାରରେ ୬୨୧. ୯୫ ଫୁଟ ର ପାଣି ରହିଛି । ୩ ଲକ୍ଷ ୫୦ ହଜାର କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୩ ଲକ୍ଷ ୫୦ ହଜାର କ୍ୟୁସେକ ଜଳ ନିଷ୍କାସିତ ହେଉଛି । ସମୁଦାୟ ୨୦ଟି ଗେଟ ଦେଇ ଜଳ ନିସ୍କାସନ ହେଉଛି । ବିଭିନ୍ନ ସ୍ଥାନରେ ପାଣି ଖସିବା ଆରମ୍ଭ କରିଛି । ଦିନେ ଦୁଇ ଦିନ ମଧ୍ୟରେ ପାଣି ଆହୁରି ଖସିଯିବ ବୋଲି ଆଶା କରାଯାଉଛି । ଏବେ ଆଉ ଲୋକେ ଆତଙ୍କିତ ହେବାର ଆବଶ୍ୟକ ନାହିଁ ବୋଲି ଯନ୍ତ୍ରୀ କହିଛନ୍ତି । ସେହିପରି ୨ଟି ସ୍ଥାନରେ ଘାଇ ସୃଷ୍ଟି ହୋଇଛି । ପାଣି କମିଗଲେ ଖୁବଶୀଘ୍ର ଘାଇ ର ମରାମତି ହେବ ବୋଲି ଯନ୍ତ୍ରୀ କହିଛନ୍ତି ।