Site icon UTKAL PRATIDIN

ରାଜ୍ୟର ପ୍ରଥମ ଗାଡ଼ି ସ୍କ୍ରାପିଂ ୟୁନିଟ୍‍

photo_6192972284394846252_y

ଭୁବନେଶ୍ବର : କାର୍ଯ୍ୟକ୍ଷମ ହେବ ରାଜ୍ୟର ପ୍ରଥମ ଗାଡ଼ି ସ୍କ୍ରାପିଂ ୟୁନିଟ୍‍ । ଖୋର୍ଦ୍ଧା ଜିଲ୍ଲାର ପିତାପଲୀଠାରେ ଆଜିଠୁ ଗାଡ଼ି ସ୍କ୍ରାପିଂ ୟୁନିଟ୍‍ କାର୍ଯ୍ୟକ୍ଷମ ହେବାକୁ ଯାଉଛି । ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଆଜି ଏହାକୁ ଉଦ୍‍ଘାଟନ କରିବେ । ଏହା ପରେ ଯାଜପୁରରେ ଦ୍ଵିତୀୟ ସ୍କ୍ରାପିଂ ୟୁନିଟ୍‍ ଖୋଲାଯିବାର ଯୋଜନା ମଧ୍ୟ ରହିଛି । ସେପଟେ ଟାଟା କମ୍ପାନୀ ସୁନ୍ଦରଗଡ଼ ଠାରେ ମଧ୍ୟ ଆଉ ଏକ ସ୍କ୍ରାପିଂ ୟୁନିଟ୍‍ ସ୍ଥାପନ ପାଇଁ ସରକାର ସ୍ତରରେ ଆଗ୍ରହ ପ୍ରକାଶ କରିଛି । ଖୋର୍ଦ୍ଧାର ଏହି ସ୍କ୍ରାପିଂ ୟୁନିଟ୍‍ ରେ ପ୍ରଥମ ପର୍ଯ୍ୟାୟରେ ପୋଲିସ୍‍ ଓ ଅଗ୍ନିଶମ ବିଭାଗର ୩୨୩ ଟି ଗାଡ଼ି ସ୍କ୍ରାପ ପାଇଁ ପଞ୍ଜୀକୃତ ହୋଇଥିବା ସୂଚନା ମିଳିଛି । ଏହା ପରେ ତାଲିକାଭୁକ୍ତ ହୋଇଥିବା ବିଭିନ୍ନ ବିଭାଗର ସରକାରୀ ଗାଡ଼ି ସ୍କ୍ରାପିଂ ପାଇଁ ଅଣାଯିବ ବୋଲି ସୂଚନା ରହିଛି । ୧୫ ବର୍ଷରୁ ଅଧିକ ସମସ୍ତ ସରକାରୀ ଓ ବାଣିଜ୍ୟିକ ଗାଡ଼ିର ସ୍କ୍ରାପିଂ କରାଯିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି । ଏହି ୟୁନିଟରେ ଦୈନିକ ୫୦ଟି ଗାଡ଼ି ସ୍କ୍ରାପିଂ ହୋଇପାରିବାର ବ୍ୟବସ୍ଥା ରହିଛି । ତେବେ ଘରୋଇ ଗାଡ଼ିର ସ୍କ୍ରାପ୍‍ ପାଇଁ ଏଯାଏଁ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ । ହେଲେ ପରବର୍ତ୍ତୀ ସମୟରେ ଘରୋଇ ଗାଡି ପାଇଁ ମଧ୍ୟ୍ୟ କିଛି ନିଷ୍ପତି ଶୁଣାଯିବା ନେଇ ଆଶଙ୍କା କରାଯାଉଛି l ସ୍କ୍ରାପିଂ କରିଥିବା ବ୍ୟକ୍ତିଙ୍କୁ ନୂଆ ଗାଡ଼ି କିଣିବା ପାଇଁ ପ୍ରୋତ୍ସାହନ ବ୍ୟବସ୍ଥା କରାଯିବ । ପୂର୍ବରୁ କେନ୍ଦ୍ର ସରକାର ମଧ୍ୟ ଏନେଇ ନିୟମ ଆଣିଛନ୍ତି । ପୁରୁଣା ଗାଡ଼ିଗୁଡିକର ଏହି ସ୍କ୍ରାପିଂ ପଲିସିକୁ ରାଜ୍ୟ କ୍ୟାବିନେଟରେ ମଞ୍ଜୁରୀ ମିଳିସାରିଛି । ୧୫ ବର୍ଷ ପୂରଣ କରିଥିବା ଗାଡ଼ିଗୁଡ଼ିକୁ ସ୍କ୍ରାପିଂ କରାଯିବ । ଯାନବାହନ ଜନିତ ବାୟୁ ପ୍ରଦୂଷଣ ବୋହୁମାତ୍ରାରେ ବୃଦ୍ଧି ପାଉଛି l ତେଣୁ ଏବେ ଏହି ସ୍କ୍ରାପିଂ ପଲିସି ଏହି ବାୟୁ ପ୍ରଦୂଷଣ ହ୍ରାସ କରିବାରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଆଶା କରାଯାଉଛି ।

Exit mobile version