
ରାଜଧାନୀ ଦିଲ୍ଲୀ ଆଇଏସ କୋଚିଂ ସେଣ୍ଟରରେ ଏକ ବଡ ଧରଣର ଅଘଟଣ ଘଟିଛି ।ରାଜେନ୍ଦ୍ର ନଗର ସ୍ଥିତ ରାଓ ଆଇଏସ କୋଚିଂ ସେଣ୍ଟରର ବେସମେଣ୍ଟରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା ।ଛାତ୍ରଛାତ୍ରୀମାନେ ପାଠ ପଢୁଥିବା ସମୟରେ ବେସମେଣ୍ଟରେ ଥିବା ଲାଇବ୍ରେରୀରେ ପାଣି ମାଡି ଆସିଥିଲା ।ପାଣିର ସ୍ରୋତ ଏତେ ପ୍ରଖର ଥିଲା ଯେ ଛାତ୍ର ଛାତ୍ରୀ ମାନେ ପାଣି ସୁଅରେ ଭାସି ଯାଇଥିଲେ ।ଏନଡିଆରଏଫ ଟିମ୍ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ୩ ଜଣଙ୍କ ମୃତଦେହ ଉଦ୍ଧାର କରିବା ସହ ନିଖୋଜ ଛାତ୍ରୀଙ୍କୁ ଖୋଜାଖୋଜି କରିଛି ।

ଏହି ଘଟଣାକୁ ନେଇ ରାଜନୀତି ବେଶ ତୀବ୍ର ହେଲାଣି ।ଡ୍ରେନେଜର ଅବ୍ୟବସ୍ଥା ଯୋଗୁଁ ଏଭଳି ଅଘଟଣ ଘଟିଛି ବୋଲି ଦିଲ୍ଲୀ ବିଜେପି ପକ୍ଷରୁ ସୂଚନା ମିଳିଛି । ଏହି ଘଟଣାରେ ରାଜ୍ୟର ସହ ସହ ୟୁପିଏସି ଆଶାୟୀ ଛାତ୍ରଛାତ୍ରୀ ରାଜରାସ୍ତାକୁ ଓଲ୍ହାଇଛନ୍ତି ।କୋଚିଂ ସେଣ୍ଟର ମାଲିକ ଓ ସଂଯୋଜକଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି ପୁଲିସ ।ଏହି ଘଟଣାର ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଦିଲ୍ଲୀ ସରକାରଙ୍କ ପକ୍ଷରୁ ସୂଚନା ମିଳିଛି ।