
ଯୁକ୍ତ ଦୁଇ ପରୀକ୍ଷାରେ ବଡ଼ ପରିବର୍ତନ ଯୁକ୍ତ ଦୁଇ ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରଛାତ୍ରୀଙ୍କ ନିମନ୍ତେ ଆସିଛି ବଡ଼ ଘୋଷଣା l ଯୁକ୍ତ ଦୁଇ ପରୀକ୍ଷା ପଦ୍ଧତିରେ ହୋଇଛି ବଡ଼ ପରିବର୍ତ୍ତନ । ଏ ନେଇ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ବର୍ତ୍ତମାନ ଛାତ୍ରଛାତ୍ରୀମାନଙ୍କୁ ବର୍ଷକୁ ୨ଟି ଇଣ୍ଟରନାଲ୍ ପରୀକ୍ଷା ଦେବାକୁ ହେବ । ଏ ନେଇ ବିସ୍ତୃତ ମାର୍ଗଦର୍ଶିକା ଜାରି ହୋଇଛି । ୨୦୨୩-୨୪ ଶିକ୍ଷାବର୍ଷରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରତ୍ୟେକ ଶିକ୍ଷାନୁଷ୍ଠାନରେ ୨ଟି ଇଣ୍ଟରନାଲ୍ ପରୀକ୍ଷା କରାଯିବ । ସେମାନେ ୨୦୨୪ ରେ ବାର୍ଷିକ ପରୀକ୍ଷା ଦେବେ । ପ୍ରଥମ ଇଣ୍ଟରନାଲ୍ ପରୀକ୍ଷା ଅଗଷ୍ଟ ୧୬ ରୁ ୨୯ ମଧ୍ୟରେ ଏବଂ ଦ୍ୱିତୀୟ ପରୀକ୍ଷା ନଭେମ୍ବର ୧ ରୁ ୧୧ ମଧ୍ୟରେ କରିବାକୁ ନିଷ୍ପତି ନିଆଯାଇଛି । ପ୍ରାକ୍ଟିକାଲ ଥିବା ବିଷୟଗୁଡ଼ିକରେ ଥିଓରିରେ ୧୦ ମାର୍କ ଏବଂ ପ୍ରାକ୍ଟିକାଲ୍ରେ ୧୦ ମାର୍କ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ଉଭୟ ପରୀକ୍ଷା ପାଇଁ ୪୫ ମିନିଟ୍ ସମୟ ଦିଆଯିବ । ସେହିଭଳି ପ୍ରାକ୍ଟିକାଲ ନଥିବା ବିଷୟ ଗୁଡ଼ିକରେ ୨୦ ମାର୍କର ଇଣ୍ଟରନାଲ୍ ପରୀକ୍ଷା ହେବ । ୨୦୨୪ ବାର୍ଷିକ ପରୀକ୍ଷାଫଳ ଘୋଷଣା ସମୟରେ ଇଣ୍ଟରନାଲ୍ ପରୀକ୍ଷାରୁ ୨୦ ପ୍ରତିଶତ ଏବଂ ବାର୍ଷିକ ପରୀକ୍ଷାରୁ ୮୦ ପ୍ରତିଶତ ୱେଟେଜ୍ ଦିଆଯିବ ବୋଲି ପରିଷଦ ପକ୍ଷରୁ ପ୍ରକାଶିତ ମାର୍ଗଦର୍ଶିକାରେ କୁହାଯାଇଛି ।