
ଚନ୍ଦ୍ରୟାନ-୩ ଅଭିଯାନରେ ଓଡ଼ିଆ ପୁଅ ଶୁଭାଶିଷ। କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବିଶ ମୁକୁନ୍ଦପୁର ଗାଁ’ର ୨୮ ବର୍ଷୀୟ ସୁଭାସିସ ନାୟକ ଇସ୍ରୋ ଚନ୍ଦ୍ରୟାନ-୩ ପ୍ରୋଜେକ୍ଟରେ ସାମିଲ୍ ହୋଇଛନ୍ତି । ଏଥିରେ ଟେକ୍ନିକାଲ ଟିମ୍ ର ଅଂଶ ହୋଇଥିଲେ ଶୁଭାଶିଷ। ତେଣୁ ଚନ୍ଦ୍ରୟାନ-୩ର ସଫଳ ଉତକ୍ଷେପଣ ପରେ କେନ୍ଦ୍ରାପଡାରେ ଖୁସିର ମାହୋଲ ଖେଳିଯାଇଛି। ଘର ପରିବାର ଲୋକେ ଶୁଭାଶିଷ ଙ୍କୁ ନେଇ ତାଙ୍କର ଆନନ୍ଦ ବୟାନ କରିଛନ୍ତି। ବୋହୁ ଛୋଟ ବେଳୁ ଟେକ୍ନିସିଆନ ହେବାର ଆଶା ରଖିଥିଲେ ଶୁଭାଶିଷ । ତେଣୁ ବନମାଳି ବ୍ରହ୍ମଚାରୀ ମଡେଲ ହାଇସ୍କୁଲରୁ ମାଟ୍ରିକ ପାସ କରିବା ପରେ ଟେକ୍ନିସିଆନ ହେବାର ଏହି ଆଶାକୁ ନେଇ ଆଗକୁ ବଢ଼ିବାକୁ ନିଷ୍ପତି ନେଇଥିଲେ ଶୁଭାଶିଷ। ଏହା ପରେ ସେ ଆଇଟିଆଇ କରିଥିଲେ । ଆଇଟିଆଇ ଶେଷ ହେବାପରେ ଭୁବନେଶ୍ୱର ର ସିଟିଟିସି ( ସେଣ୍ଟ୍ରାଲ ଟୁଲ ରୁମ୍ ଏଣ୍ଡ ଟ୍ରେନିଂ ସେଣ୍ଟର୍)ରେ ପଢ଼ି ୨୦୧୮ ରେ ଇସ୍ରୋରେ ଚାକିରି ପାଇଥିଲେ । ଚାକିରି ର ୪ ବର୍ଷ ପରେ ଏଥର ସେ ଚନ୍ଦ୍ରୟାନ ପ୍ରୋଜେକ୍ଟ ର ଅଂଶ ହୋଇପାରିଛନ୍ତି। ତେଣୁ ପୁଅ ମେକାନିକାଲ ଇଞ୍ଜିନିୟର ଭାବେ ଚନ୍ଦ୍ରୟାନ ପ୍ରୋଜେକ୍ଟରେ କାମ କରିଥିବାରୁ ପରିବାର ଲୋକେ ବୋହୁତ ଖୁସି। ଏଥି ସହିତ ତାଙ୍କର ଶିକ୍ଷକ ଶିକ୍ଷୟତ୍ରୀମାନେ ମଧ୍ୟ ତାଙ୍କ ଉପରେ ଖୁବ୍ ଗର୍ବିତ ବୋଲି କହିଛନ୍ତି ।