
ଦିଲ୍ଲୀ ସେବା ବିଲ୍ ରାଜ୍ୟସଭାରେ ପାରିତ ହେବାର ଗୋଟିଏ ଦିନ ପରେ ଅରବିନ୍ଦ କେଜ୍ରିୱାଲ ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି। ଅରବିନ୍ଦ କେଜ୍ରିୱାଲ ବର୍ତ୍ତମାନ ତାଙ୍କ ମନ୍ତ୍ରିମଣ୍ଡଳରେ ଅତିଶୀ ମାର୍ଲେନାଙ୍କୁ ସେବା ଏବଂ ସଚେତନତା ବିଭାଗର ଦାୟିତ୍ୱ ଦେଇଛନ୍ତି। ଏପର୍ଯ୍ୟନ୍ତ ଏହି ଦାୟିତ୍ ସୌରଭ ଭରଦ୍ୱାଜଙ୍କ ଅଧିନ୍ଵ ରେ ଥିଲା। ଏହି ପରିବର୍ତ୍ତନ ସହିତ ଅତିଶୀ ଅନେକ ବିଭାଗ ପାଇଲେ l ଅତିଶୀ ପୂର୍ବରୁ ଅର୍ଥ, ଶିକ୍ଷା ବିଭାଗ ପରିଚାଳନା କରୁଥିଲେ। ସବୁଠୁ ବଡ କଥା ହେଉଛି ଦିଲ୍ଲୀ ସେବା ବିଲ୍ ପାସ କରିବାର ୨୪ ଘଣ୍ଟା ପରେ ଏହି ପରିବର୍ତ୍ତନ ଦେଖାଯାଇଛି l ଦିଲ୍ଲୀ ସେବା ବିଲ୍ ଲୋକସଭାରେ ପାରିତ ହୋଇସାରିଛି। ଏହା ପରେ ଜବରଦସ୍ତ ଉତ୍ତେଜନା ପରେ ସୋମବାର ଏହା ମଧ୍ୟ ରାଜ୍ୟସଭାରେ ପାରିତ ହୋଇଛି। ରାଜ୍ୟସଭାରେ ଭୋଟ୍ ସମୟରେ ୧୩୧ ଭୋଟ୍ ବିଲ୍ ସପକ୍ଷରେ ଏବଂ ୧୦୨ ଜଣ ବିରୋଧୀଦଳ ହୋଇଥିଲେ। ଏହି ବିଲ୍ ପାରିତ ହେବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମୋଦୀ ସରକାରଙ୍କ ଉପରେ କଡ଼ା ବିରୋଧ କରିଥିଲେ। ସେ ଏହାକୁ ଭାରତ ଇତିହାସରେ କଳା ଦିନ ବୋଲି କହିଛନ୍ତି। କେଜ୍ରିୱାଲ କହିଥିଲେ ଯେ ୭୫ ବର୍ଷ ପରେ ମୋଦୀ ଜି ସ୍ୱାଧୀନତା ଛଡ଼ାଇ ନେଇଛନ୍ତି। ଦିଲ୍ଲୀର ଲୋକଙ୍କ ଭୋଟ୍ ପାଇଁ କୌଣସି ମୂଲ୍ୟ ବାକି ନାହିଁ। ଦିଲ୍ଲୀ ସେବା ବିଲ୍ ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ କ୍ଷମତା ବୃଦ୍ଧି କରିବ। ଏହା ଦିଲ୍ଲୀ ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା ସମସ୍ତ ଅମଲାତନ୍ତ୍ରଙ୍କ ପୋଷ୍ଟିଂ ଏବଂ ଟ୍ରାନ୍ସଫର ସମ୍ବନ୍ଧୀୟ ପ୍ରସଙ୍ଗରେ ଏଲଜି କୁ ଅନ୍ତିମ କର୍ତ୍ତୃପକ୍ଷ କରିଥାଏ l ଦିଲ୍ଲୀ ପ୍ରଶାସନରେ ବରିଷ୍ଠ ଅଧିକାରୀଙ୍କ ନିଯୁକ୍ତି ଏବଂ ସ୍ଥାନାନ୍ତର ଉପରେ ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ କ୍ଷମତା ରହିବ। ଦିଲ୍ଲୀ ବିଧାନସଭା ଦ୍ୱାରା ପ୍ରଣୟନ ହୋଇଥିବା ବୋର୍ଡ କିମ୍ବା ଆୟୋଗର ମୁଖ୍ୟ ନିଯୁକ୍ତ କରିବାକୁ ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ମଧ୍ୟ କ୍ଷମତା ରହିବ। ରାଜ୍ୟସଭାରେ ଏହି ବିଲ୍ ସମ୍ପର୍କରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ଯଦି ଏହି ବିଲ୍ ଶୀଘ୍ର ଆସି ନଥାନ୍ତା ତେବେ ଆମ୍ ଆଦମୀ ପାର୍ଟି ସରକାର ଏହାର ସମସ୍ତ ସ୍କାମର ଫାଇଲ ଅଦୃଶ୍ୟ ହୋଇ ଫାଇଲ ଲୋପ କରିବାର ଆଉ ଏକ ସ୍କାମ କରିଥାନ୍ତେ। କଂଗ୍ରେସ ଦଳକୁ ବିରୋଧ କରି ଆପ କ୍ଷମତାକୁ ଆସିଛି ଏବଂ ବର୍ତ୍ତମାନ ଏହାର ସମର୍ଥନରେ ଅନଧିକୃତ ଅଧିକାର ପାଇବାକୁ ଚାହୁଁଛି। ଶାହା କହିଛନ୍ତି ଯେ ଆପ ସରକାର ନିୟମ ମାନିବାକୁ ଚାହୁଁନାହାଁନ୍ତି, ତେଣୁ ଏହି ବିଲ୍ ଆଣିବାକୁ ପଡିବ। ଦିଲ୍ଲୀ ସେବା ବିଲ୍ ପାରିତ ହେବା ମାତ୍ରେ କେଜ୍ରିୱାଲ ବୁଲିଯିବେ ଏବଂ ମିଳିତ ମଞ୍ଚ ଭାଙ୍ଗିଯିବ।