Site icon UTKAL PRATIDIN

ମୁଁ କ୍ୟାନସରରେ ଆକ୍ରାନ୍ତ

photo_6269229244051732401_y

ଦୂତୀ ଚାନ୍ଦ ଡୋପ୍ ଟେଷ୍ଟରେ ଫେଲ୍‌ ମାରିବା ପରେ ଦୂତୀ ଚାନ୍ଦଙ୍କୁ ୪ ବର୍ଷ ପାଇଁ ବାସନ୍ଦ କରାଯାଇଛି l ତେଣୁ ଏସବୁ ପରେ ଏବେ ଦୂତୀ ଚାନ୍ଦ ଏକ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି। ଏଥିସହ ନାଡା ପକ୍ଷରୁ ଲଗା ଯାଇଥିବା ବ୍ୟାନକୁ ହଟାଇବାକୁ ବି ଅପିଲ କରିଛନ୍ତି । ତେବେ ଦୂତୀ ଚାନ୍ଦ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁଯାୟୀ ସେ କହିଛନ୍ତି କି ‘ମୁଁ କ୍ୟାନସରରେ ଆକ୍ରାନ୍ତ। ଲେଭଲ ୱାନ୍ କ୍ୟାନସରରେ ମୁଁ ପୀଡ଼ିତ ହୋଇଥିଲି। ସେହି ସମୟରେ ଡାକ୍ତରଙ୍କ ପରାମର୍ଶରେ ନିୟମିତ ମେଡିସିନ୍ ଖାଉଥିଲି । ସେଥିରେ ଡୋପିଂ ଥିବା ଡାକ୍ତର କହି ନଥିଲେ’ । ତେବେ ସେ ଅଜଣାତରେ ନିଷିଦ୍ଧ ସାମଗ୍ରୀ ସେବନ କରିଥିବା କହିଛନ୍ତି l ତେଣୁ ୪ ବର୍ଷ ପାଇଁ ଲାଗୁ ହୋଇଥିବା ଦଣ୍ଡରେ କୋହଳ କରାଗଲେ ଆଗାମୀ ଅଲମ୍ପିକ ଓ ଭିନ୍ନ ଭିନ୍ନ ଇଭେଣ୍ଟରେ ସେ ଅଂଶଗ୍ରହଣ କରି ପରିବା ନେଇ ଅନୁରୋଧ କରିଛନ୍ତି। ସୂଚନା ଅନୁସାରେ ସିଲେକଟିଭ୍ ଆଣ୍ଡ୍ରୋଜେନ୍ ରିସେପଟିଭ୍ ମୋଡ୍ୟୁଲେଟର୍ସ ଟେଷ୍ଟରେ ଫେଲ ମାରିଛନ୍ତି ଦୂତୀ ଚାନ୍ଦ। ନାସନାଲ ଆଣ୍ଟି ଡୋପିଂ ଏଜେନ୍ସି (ନଡା) ଦ୍ୱାରା ନିଷିଦ୍ଧ ଘୋଷିତ ସାମଗ୍ରୀ ତାଙ୍କ ନମୂନାରେ ମିଳିଥିଲା । ତେବେ ଡୋପ୍ ଟେଷ୍ଟରେ ବିଫଳ ହେବା ପରେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିବା ଆଥଲେଟ୍ ଦୂତୀ ଚାନ୍ଦଙ୍କୁ ୪ବର୍ଷ ପାଇଁ ବ୍ୟାନ କରାଯାଇଛି। ଏହାମଧ୍ୟରେ କୌଣସି ଜାତୀୟ, ଅନ୍ତର୍ଜାତୀୟ କ୍ରୀଡ଼ାରେ ଅଂଶଗ୍ରହଣ କରିପାରିବେ ନାହିଁ । ୨୦୨୨ ଡିସେମ୍ବର ୫ ରେ ଦୂତୀଙ୍କ ନମୂନା ସଂଗ୍ରହ କରାଯାଇଥିବାରୁ ଏହା ପରେ ଦୂତି କ୍ରୀଡ଼ାରେ ହାସଲ କରିଥିବା ସମସ୍ତ ରେକର୍ଡ, ମେଡାଲ, ପୁରସ୍କାର ଏବଂ ପଏଣ୍ଟସକୁ ନାଡା ପକ୍ଷରୁ ଖାରଜ କରାଯାଇଛି । ଗତ ୩ ଜାନୁଆରୀ ୨୦୨୩ ଠାରୁ ଦୂତିଙ୍କ ଉପରେ ଏହି କଟକଣା ଲାଗୁ କରାଯାଇଛି। ଆସନ୍ତା ଜାନୁଆରୀ ୨୦୨୭ ପର୍ଯ୍ୟନ୍ତ ଏହି ବ୍ୟାନ ବଳବତ୍ତର ରହିବ। ତେବେ ଏନେଇ ଦୁଃଖ ପ୍ରକାଶ କରିବା ସହ ତାଙ୍କୁ ଏହି ଦଣ୍ଡ କୋହଳ କରିବା ପାଇଁ ଅନୁରୋଧ କରିଛନ୍ତି ଦୂତୀ ଚାନ୍ଦ l

Exit mobile version