କୌଶମ୍ବୀ : ଯମୁନା ନଦୀ ରୁ ଚାରି ଜଣ ମତ୍ସ୍ୟଜୀବୀ ମାଛ ଧରିବାକୁ ଯାଇ ଏକ ଡ଼ଲଫିନ ଧରିଥିଲେ ଓ ଏହାକୁ ଖାଇଥିବାର ଅଭିଯୋଗ ହୋଇଛି ଯାହା ଫଳରେ ମତ୍ସ୍ୟଜୀବୀ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି l ରବିବାର ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଘଟଣାର ଏକ ଭିଡିଓକୁ ପୋଲିସ ନୋଟିସ୍ କରିବା ପରେ ଜଣେ ମତ୍ସ୍ୟଜୀବୀଙ୍କୁ ଗିରଫ କରାଯାଇଥିଲା।
ସୋମବାର ଦିନ ଚେଲ ଜଙ୍ଗଲ ରେଞ୍ଜର ରବିନ୍ଦ୍ର କୁମାରଙ୍କ ଅଭିଯୋଗ ଅନୁଯାୟୀ ଜୁଲାଇ ୨୨ ଦିନ ସକାଳେ ନାସିରପୁର ଗାଁର ମତ୍ସ୍ୟଜୀବୀମାନେ ଯମୁନାରେ ମାଛ ଧରୁଥିବା ବେଳେ ଏକ ଡଲଫିନ୍ ଜାଲରେ ଫସି ଯାଇଥିଲା। ସେମାନେ ଡଲଫିନ୍ ବାହାରକୁ ଆଣିଥିଲେ ଏବଂ ଏହାକୁ କାନ୍ଧରେ ଟେକି ଏକ ଘରକୁ ନେଇଗଲେ, ଯେଉଁଠାରେ ସେମାନେ ଏହାକୁ ରାନ୍ଧି ଖାଇଥିଲେ ବୋଲି ସୂଚନା ମିଳିଛି l ବନ ରେଞ୍ଜର ତାଙ୍କ ଅଭିଯୋଗରେ କହିଛନ୍ତି ଯେ ଡଲଫିନ୍ ନେଇ ଯାଉଥିବା ବେଳେ କିଛି ଯାତ୍ରୀ ମତ୍ସ୍ୟଜୀବୀଙ୍କୁ ସୁଟିଂ କରିଥିଲେ।
ରେଞ୍ଜରଙ୍କ ଅଭିଯୋଗ ପରେ ବନ୍ୟଜନ୍ତୁ ସୁରକ୍ଷା ଆଇନ (୧୯୭୨) ଅନୁଯାୟୀ ରଣଜିତ କୁମାର, ସଞ୍ଜୟ, ଦେବନ୍ ଏବଂ ବାବାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ବୋଲି ପୋଲିସ କହିଛି।
ରଣଜିତ କୁମାରଙ୍କୁ ଗିରଫ କରାଯାଇ ପଚରାଉଚରା କରାଯାଉଛି ଏବଂ ବଳକା ଅଭିଯୁକ୍ତଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଛି ବୋଲି ଏସଏଚଓ କହିଛନ୍ତି।
ମାଛ ଧରିବାକୁ ଯାଇ ଡ଼ଲଫିନ ଧରି ଖାଉଛନ୍ତି ମତ୍ସ୍ୟଜୀବୀ
