ମାଗଣା ବିଦ୍ୟୁତ ଯୋଗାଇବ ଆପ ସରକାର ଆମ୍ ଆଦମୀ ପାର୍ଟି (ଆପ) ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଶନିବାର ଦିନ ଛତିଶଗଡର ସହର ଏବଂ ଗ୍ରାମକୁ ୩୦୦ ୟୁନିଟ୍ ମାଗଣା ବିଦ୍ୟୁତ୍ ଏବଂ ସପ୍ତାହର ୭ ଦିନ ଯାକ ଯୋଗାଣ ପାଇଁ ପ୍ରତିଶୃତି ଦେଇଛନ୍ତି। ଚଳିତ ବର୍ଷ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ। ରାୟପୁରରେ ଏକ ସାଧାରଣ କାର୍ଯ୍ୟକ୍ରମରେ ଆପ ଜାତୀୟ ସଂଯୋଜକ ଘୋଷଣା କରିଛନ୍ତି ଯେ ଆମେ ଛତିଶଗଡରେ ପ୍ରତିମାସରେ ୩୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ୍ ଯୋଗାଇବୁ। ସେପଟେ ଛତିଶଗଡରେ ସରକାରୀ ବିଦ୍ୟାଳୟର ଅବସ୍ଥାକୁ ନେଇ ଆପ ଜାତୀୟ ସଂଯୋଜକ ରାଜ୍ୟ ସରକାର (କଂଗ୍ରେସ) କୁ ନିନ୍ଦା କରିବା ସହ ଏହା ଭୟଙ୍କର ଅବସ୍ଥାରେ ଥିବା କହିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, “ମୁଁ ଏକ ରିପୋର୍ଟ ପଢ଼ୁଥିଲି, ଛତିଶଗଡର ସରକାରୀ ବିଦ୍ୟାଳୟଗୁଡ଼ିକ ଭୟଙ୍କର ଅବସ୍ଥାରେ ଅଛି। ସେମାନେ ଅନେକ ସ୍କୁଲ ବନ୍ଦ କରିଦେଇଛନ୍ତି ଯେଉଁଥିରେ ପୂର୍ବରୁ ୧୦ ଟି ଶ୍ରେଣୀ ଥିଲା କିନ୍ତୁ ଜଣେ ଶିକ୍ଷକ ସେଠାରେ ଥିଲେ” l “ଦିଲ୍ଲୀର ସରକାରୀ ବିଦ୍ୟାଳୟଗୁଡ଼ିକର ଅବସ୍ଥା ଦେଖନ୍ତୁ କିମ୍ବା ଦିଲ୍ଲୀରେ ରହୁଥିବା ସମ୍ପର୍କୀୟମାନଙ୍କୁ ପଚାରନ୍ତୁ। ସ୍ୱାଧୀନତା ପରଠାରୁ ପ୍ରଥମ ଥର ପାଇଁ ସରକାର ଆସିଛନ୍ତି ଯାହା ଶିକ୍ଷା କ୍ଷେତ୍ର ପାଇଁ ବହୁତ କିଛି କରୁଛି। ଆମେ ରାଜନେତା ନୁହଁନ୍ତି, ଆମେ କେବଳ ସାଧାରଣ ଅଟୁ। ତୁମ ପରି ଲୋକମାନେ ବୋଲି ସେ କହିଛନ୍ତି। କେଜ୍ରିୱାଲଙ୍କ ସହିତ ପଞ୍ଜାବ ର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍ ଉପସ୍ଥିତ ଥିଲେ।
ମାଗଣା ବିଦ୍ୟୁତ ଯୋଗାଇବ ଆପ ସରକାର

