Site icon UTKAL PRATIDIN

ମାଇକ୍ରୋସଫ୍ଟ ସର୍ଭର ଡାଉନ, ସାରା ବିଶ୍ୱରେ ଅନଲାଇନ୍ ସେବା ବାଧାପ୍ରାପ୍ତ

micro

ଦ୍ୱିତୀୟ ଦିନରେ ମାଇକ୍ରୋସଫ୍ଟ ସର୍ଭର ମଧ୍ୟ ଡାଉନ୍ ରହିଛି। ଫଳରେ ସାରା ବିଶ୍ୱରେ ଅନଲାଇନ୍ ସେବା ଉପରେ ବେଶ୍ ପ୍ରଭାବ ପଡିଛି । ତେବେ ଧିରେ ଧିରେ ସୁଧୁରୁଛି ଅଚଳ ହୋଇପଡ଼ିଥିବା ୱିଣ୍ଡୋଜ୍ ଅପରେଟିଂ ବ୍ୟବସ୍ଥା। ଏଥିପାଇଁ କିଛି ସମୟ ଲାଗିବ ବୋଲି ମାଇକ୍ରୋସଫ୍ଟ ପକ୍ଷରୁ ସୂଚନା ଜାରି କରାଯାଇଛି । ଦିଲ୍ଲୀ ଓ ଚେନ୍ନାଇ ବିମାନ ବନ୍ଦରରେ ଯାତ୍ରୀଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଛି । ଏହାର ପ୍ରଭାବ ମଧ୍ୟ ଭାରତ ଉପରେ ପଡିଛି ।କେବଳ ବିମାନ ସେବା ନୁହେଁ ବ୍ୟାଙ୍କ, ଷ୍ଟକ୍ ମାର୍କେଟ ସେବା ଉପରେ ମଧ୍ୟ ବିଶେଷ ପ୍ରଭାବ ପଡିଛି ।

ବିମାନ ଚଳାଚଳ ଠାରୁ ଆରମ୍ଭ କରି ଯାତ୍ରୀଙ୍କ ଚେକ-ଇନ, ବ୍ୟାଗ ହ୍ୟାଣ୍ଡଲିଂ ମଧ୍ୟ ସର୍ବାଧିକ ବାଧାପ୍ରାପ୍ତ ହେଉଛି ।ଏୟାରଲାଇନ୍ସ ଭଳି ବିମାନ ବନ୍ଦର ଏବଂ ଅନ୍ୟ ପରିବହନ ସଂସ୍ଥା ମଧ୍ୟ ସମାନ ସମସ୍ୟା ଦେଇ ଗତି କରୁଛନ୍ତି ବୋଲି ଇଣ୍ଡିଗୋ ପକ୍ଷରୁ ସୂଚନା ମିଳିଛି ।କେତେକ କ୍ଷେତ୍ରରେ ଆଂଶିକ ସୁଧାର ଆସିଥିଲା ବେଳେ ଅନ୍ୟ କେତେକ କ୍ଷେତ୍ରରେ ଖୁବ୍ ଶୀଘ୍ର ସ୍ଥିତିରେ ସୁଧାର ଆସିବ ବୋଲି ଏହି ବାବଦରେ ଆଇଟି ମନ୍ତ୍ରୀ ସରକାରଙ୍କ ସହ ଆଲୋଚନା କରିଛନ୍ତି।

Exit mobile version