ପ୍ରଧାନମନ୍ତ୍ରୀଙ୍କ ମନ କି ବାତ କାର୍ଯ୍ୟକ୍ରମର ଆଜି ୧୦୪ ତମ ଅଧ୍ୟାୟ । ଆଜି ପୁଣି ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । 2014 ଠାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କର ମନ କି ବାତ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି l ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତି ମାସର ଶେଷ ରବିବାରରେ ଦେଶବାସୀଙ୍କୁ ମନର କଥା କହିଥାନ୍ତି ପ୍ରଧାନମନ୍ତ୍ରୀ । ଏହି ସମୟରେ ପ୍ରଧାନମନ୍ତ୍ରୀ ଦେଶର ଲୋକଙ୍କ ସହ ନିଜର ଭାବନା ବାଣ୍ଟନ୍ତି । ଆଜି ମଧ୍ୟ ଅନେକ ବିଷୟରେ କଥା ହେବେ ପ୍ରଧାନମନ୍ତ୍ରୀ ।
ତେବେ ଆଜି ଚନ୍ଦ୍ରଯାନର ସଫଳତା ନେଇ କିଛି କହି ପାରନ୍ତି ମୋଦୀ । ଏହା ସହ ଆଗକୁ ଆସୁଥିବା ପର୍ବପର୍ବାଣୀକୁ ନେଇ ମୋଦି କହିପାରନ୍ତି । ଅନେକ ଗୁରୁତ୍ଵପୂର୍ଣ୍ଣ ଘୋଷଣା ମଧ୍ୟ କରିପାରନ୍ତି । ଏହି କାର୍ଯ୍ୟକ୍ରମରେ ମୋଦୀ କିଛି ସଫଳ ବ୍ୟକ୍ତିଙ୍କ ସଂଘର୍ଷର କଥା ଓ ସଫଳତାର କାହାଣୀ ସହ ଏତିହ୍ୟ ଓ ନୂଆ ଭାରତ ସମ୍ପର୍କରେ ନିଜର ଭାବ ପ୍ରକାଶ କରିଥାନ୍ତି । ଏହା ପୂର୍ବରୁ ଓଡ଼ିଶାର ଅନେକ ସଫଳ ବ୍ୟକ୍ତିଙ୍କ କଥା ଓ କାହାଣୀକୁ ଦେଶବାସୀଙ୍କୁ କହିଛନ୍ତି ମୋଦୀ । ଏହା ସହ ବିଭିନ୍ନ ପ୍ରକାର ସଫଳ ସରକାରୀ କାର୍ଯ୍ୟକ୍ରମ ବିଷୟରେ ମଧ୍ୟ ଏଥିରେ ଦେଶବାସୀଙ୍କୁ ଅବଗତ କରାଇଥାନ୍ତି ପ୍ରଧାନମନ୍ତ୍ରୀ ମୋଦି l
ତେବେ ଏହି କାର୍ଯ୍ୟକ୍ରମଟି ଅଲ ଇଣ୍ଡିଆ ରେଡିଓ ଏବଂ ଦୂରଦର୍ଶନର ସମଗ୍ର ନେଟୱାର୍କରେ ଏଇଭ୍ ପ୍ରସାରିତ ହୋଇଥାଏ । ମନ୍ କି ବାତ ର ଆଞ୍ଚଳିକ ସଂସ୍କରଣ ରାତି ୮ ଟାରେ ଅଲ୍ ଇଣ୍ଡିଆ ରେଡିଓର ସମ୍ପୃକ୍ତ ଆଞ୍ଚଳିକ ଷ୍ଟେସନ୍ ଦ୍ବାରା ପ୍ରସାରିତ ହୋଇଥାଏ । ତେବେ ସବୁ ଥର ପରି ଏଥର ମଧ୍ୟ ରାତି ୮ ଟାରେ ଦେଶବାସୀଙ୍କ ସମ୍ମୁଖକୁ ଆସିବେ ପ୍ରଧାନମନ୍ତ୍ରୀ l