ଆନନ୍ଦପୁର : ଗୋହିରା ନିକଟସ୍ଥ ଏନଏଚ-୨୦ ରେ କାଉଡିଆଙ୍କ ଗାଡି ଦୁର୍ଘଟଣା ହୋଇଛି । କାଉଡିଆ ଯାଉଥିବା ଏକ ଭ୍ୟାନ୍ ଓଲଟି ୧୨ ଜଣ କାଉଡ଼ିଆ ଆହତ ହୋଇଛନ୍ତି । ସମସ୍ତ ଗୁରୁତର ଓ ଆହତଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏବେ ସମସ୍ତଙ୍କ ଚିକିତ୍ସା ଜାରି ରହିଛି। କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଗୋହିରା ନିକଟରେ ୨୦ ନମ୍ବର ଜାତୀୟ ରାଜପଥରେ ଏକ ଭ୍ୟାନ୍ ଓଲଟି ପଡ଼ିବାରୁ ଏପରି ଏକ ଦୁର୍ଘଟଣା ଘଟିଛି l ୧୨ ଜଣ କାଉଡ଼ିଆ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଖୁବ ଗୁରୁତର ଥିବା ଜଣା ପଡିଛି । ସୂଚନା ଅନୁସାରେ ଦୁଇଟି ଗାଡ଼ିରେ କେନ୍ଦ୍ରାପଡ଼ାରୁ କିଛି ଯୁବକ ଯୋଡ଼ା ମୂର୍ଗା ମହାଦେବଙ୍କ ନିକଟକୁ ଜଳଲାଗି ପାଇଁ ଯାଉଥିଲେ । ଗୋଟିଏ ଟାଟା ମାସ୍କିମା ଗାଡ଼ି ନିୟନ୍ତ୍ରଣ ହରାଇ ସେଠାରେ ଓଲଟି ପଡ଼ିଥିଲା ବୋଲି ଜଣାପଡ଼ିଛି । ସେମାନେ ଓ ଅନ୍ୟ କିଛି ଯୁବକ ଦୁଇଟି ଗାଡ଼ିରେ ଯୋଡ଼ାର ମୂର୍ଗା ମହାଦେବଙ୍କ ପାଖକୁ ଜଳଲାଗି ପାଇଁ ଯାଉଥିଲେ। ତେବେ ଦୋହିରା ନିକଟରେ ଗୋଟିଏ ଗାଡ଼ି ନିୟନ୍ତ୍ରଣ ହରାଇ ଓଲଟି ପଡ଼ିଥିଲା। ସେଥିରେ ୧୨ ଜଣ ବସିଥିଲେ। ସମସ୍ତେ ଆହତ ହୋଇଛନ୍ତି ଓ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ଭ୍ୟାନ୍ ଦୁର୍ଘଟଣା ୧୨ ଜଣ କାଉଡ଼ିଆ ଆହତ

