ଭାରତ-ଆୟର୍ଲାଣ୍ଡ ମଧ୍ୟରେ ଅନୁଷ୍ଠିତ ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ଟିମ୍ ଇଣ୍ଡିଆ ୨ ରନରେ ବିଜୟ ହାସଲ କରିଛି । ଗତକାଲି ସନ୍ଧ୍ୟାରେ ଦୁବ୍ଲିନର ମାଲାହାଇଡ କ୍ରିକେଟ କ୍ଲବରେ ଖେଳାଯାଇଥିଲା ଭାରତ-ଆୟର୍ଲାଣ୍ଡ ପ୍ରଥମ ଟି-୨୦ ମ୍ୟାଚ l ଏଥିରେ ଭାରତ ଟସ ଜିତିଥିଲେ ମଧ୍ୟ ବୋଲିଂ ନିଷ୍ପତ୍ତି ନେଇଥିଲା l ତେବେ ପ୍ରଥମେ ବ୍ୟାଟିଂ କରି ଆୟର୍ଲାଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୩୯ ରନ୍ ସଂଗ୍ରହ କରିଥିଲା । ତେବେ ଟିମ୍ ଇଣ୍ଡିଆ ୬.୫ ଓଭରରେ ୨ଟି ୱିକେଟ ହରାଇ ୪୭ ରନ କରିଥିବା ବେଳେ ବର୍ଷା ସାଜିଥିବା ବାଧକ । ଫଳରେ ଡିଏଲଏସ ମେଥଡ୍ ଆପ୍ଲାଏ ହୋଇଥିଲା ଓ ଭାରତକୁ ବିଜୟୀ ଘୋଷଣା କରାଯାଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଆୟର୍ଲାଣ୍ଡ ପକ୍ଷରୁ ବେରି ମାକାର୍ଥୀ ସର୍ବାଧିକ ୫୧ ରନରେ ଅପରାଜିତ ରହିଥିବା ବେଳେ କର୍ଟିସ କାମ୍ଫେର ୩୯ ରନ୍ ସଂଗ୍ରହ କରିଥିଲେ । ଭାରତ ପକ୍ଷରୁ ଅଧିନାୟକ ଯଶପ୍ରୀତ ବୁମ୍ରା, ପ୍ରସିଦ୍ଧ କ୍ରିଷ୍ଣା ଓ ରବି ବିଷ୍ଣୋଇ ପ୍ରତ୍ୟେକ ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ଭାରତ ପକ୍ଷରୁ ଯଶସ୍ୱୀ ଜୟସ୍ୱାଲ ୨୪ ରନ୍ କରି ଆଉଟ୍ ହୋଇଥିବା ବେଳେ ଋତୁରାଜ ଗାଏକୱା ୧୯ ରନରେ ଅପରାଜିତ ରହିଥିଲେ । ଆୟର୍ଲାଣ୍ଡ ପକ୍ଷରୁ କ୍ରେଗ ୟଙ୍କ ୨ଟି ୱିକେଟ ଅକ୍ତିଆର କରିଥିଲେ । ୪୭ ରନରେ ଭାରତ ଖେଳୁଥିବା ବେଳେ ବର୍ଷା ହୋଇଥିଲା । ଫଳରେ ଡିଏଲଏସ ନିୟମ ଲାଗୁ କରାଯାଇଥିଲା । ବର୍ଷା ବାଧାପ୍ରାପ୍ତ ଖେଳ ସୁଦ୍ଧା ଭାରତ ୨ ରନରେ ଆଗରେ ରହିଥିଲା । ଏହି ମ୍ୟାଚରେ ଆୟର୍ଲାଣ୍ଡର ମାକାର୍ଥୀ ଟି-୨୦ ଇଣ୍ଟରନ୍ୟାସନାଲ ମ୍ୟାଚରେ ନିଜର କ୍ୟାରିୟରର ପ୍ରଥମ ଅର୍ଦ୍ଧଶତକ ହାସଲ କରିଥିଲେ । ଆସନ୍ତା ୨୦ ଓ ୨୩ ତାରିଖରେ ପରବର୍ତ୍ତୀ ଦୁଇଟି ମ୍ୟାଚ ଖେଳାଯିବା ।
ଭାରତ-ଆୟର୍ଲାଣ୍ଡ ଟି-୨୦ ପ୍ରଥମ ମ୍ୟାଚ ଜିତିଲା ଭାରତ
