Site icon UTKAL PRATIDIN

ଭାରତର ସ୍ଵପ୍ନ: ଚନ୍ଦ୍ରୟାନ-୩

23-07-18_11-13-35-597

ଚନ୍ଦ୍ରୟାନ-୩ କୁ ଭାରତର ଏକ ସ୍ୱପ୍ନ କହିଲେ ଅତ୍ୟୁକ୍ତି ହେବନାହିଁ। ଚନ୍ଦ୍ରପୃଷ୍ଠରେ ପହଞ୍ଚି ତାହାର ସମୀକ୍ଷା କରିବା ପାଇଁ ଭାରତର ଏହା ତୃତୀୟ ପ୍ରୟାସ। ଦୀର୍ଘ ୨୦ ବର୍ଷ ହେବ ଭାରତ ତାର ଏହି ପ୍ରୟାସ ଜାରି ରଖିଛି। ୨୦୦୩ ରେ ପ୍ରଥମ ଥର ପାଇଁ ଅଟଳ ବିହାରୀ ବାଜପେୟୀ ସ୍ଵପ୍ନ ଦେଖିଥିଲେ ଚନ୍ଦ୍ରର ସହରକୁ ଜାଣିବା ପାଇଁ ଓ ଏହା ପରେ ଇସ୍ରୋ ଏହି ସ୍ୱପ୍ନ କୁ ସାକାର କରିବା ପାଇଁ ତାର ପ୍ରୟାସ ଆରମ୍ଭ କରିଦେଇଥିଲା। ଠିକ୍ ଏହାର ୫ ବର୍ଷ ପରେ ଅର୍ଥାତ୍ ୨୦୦୮ ମସିହା ରେ ଭାରତ ଚନ୍ଦ୍ର ଅଭିମୁଖେ ଏହାର ପ୍ରଥମ ମହାକାଶଯାନ ପ୍ରେରଣ କରିଥିଲା, ଯାହାକି ଥିଲା ଚନ୍ଦ୍ରୟାନ-୧ । ୨୦୦୮ ମସିହା ଅକ୍ଟୋବର ୨୨ତାରିଖ ଦିନ ଚନ୍ଦ୍ରୟାନ-୧ ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରି ନଭେମ୍ବର ୮ ତାରିଖରେ ଚନ୍ଦ୍ର ପୃଷ୍ଠରେ ଅବତରଣ କରିଥିଲା। ଏଥିରେ ଇସ୍ରୋର ବୈଜ୍ଞାନିକମାନେ ଜାଣିଶୁଣି ଲ୍ୟଣ୍ଡରର କ୍ରାସ୍ ଲ୍ୟଣ୍ଡିଂ କରାଇଥିଲେ ଯେଉଁଥିରୁ ଚନ୍ଦ୍ରପୃଷ୍ଟରେ ପାଣିର ଅବସ୍ଥିତି ଥିବା ଜଣା ପଡିଥିଲା । ହେଲେ କେବଳ ଜଳର ଅବସ୍ଥିତି ବ୍ୟତୀତ ଚନ୍ଦ୍ରପୃଷ୍ଠର ଅନ୍ୟ କୌଣସି ବି ତଥ୍ୟ ଜାଣିବାକୁ ମିଳିପାରିନଥିଲା। ଏହା ପରେ ଇସ୍ରୋର ବୈଜ୍ଞାନିକମାନେ ଆଶା ନଛାଡ଼ି ପୁଣି କିପରି ଚନ୍ଦ୍ରପୃଷ୍ଠରେ ପହଞ୍ଚି ହେବ ସେଥିରେ ଲାଗିପଡିଥିଲେ। ତେବେ ଏହାର ଫଳ ସ୍ୱରୂପ ପୁଣି ଦୀର୍ଘ ୧୧ ବର୍ଷ ପରେ ଚନ୍ଦ୍ରୟାନ -୨ ଉତକ୍ଷେପଣ କରାଯାଇଥିଲା । ୨୦୧୯ ମସିହା ଜୁଲାଇ ମାସ ୨୨ ତାରିଖ ଦିନ ଆନ୍ଦ୍ରପ୍ରଦେଶର ସତିଶ ଧୱନ୍ ସ୍ପେସ ସେଣ୍ଟରରୁ ଉତକ୍ଷେପଣ କରାଯାଇଥିଲା ଚନ୍ଦ୍ରୟାନ -୨ । ହେଲେ ଦୁର୍ଭାଗ୍ୟବଶତଃ ଏହା ଚନ୍ଦ୍ରପୃଷ୍ଠରେ ସଫଳତା ପୂର୍ବକ ଲ୍ୟାଣ୍ଡ କରିପାରିନଥିଲା। ଲ୍ୟଣ୍ଡର ବିକ୍ରମର କ୍ରାସ୍ ଲ୍ୟଣ୍ଡିଂ ହୋଇଥିଲା । ଯାହାଦ୍ୱାରା ଭାରତର ଏହି ମୁନ୍ ମିଶନ ଚନ୍ଦ୍ରୟାନ-୨ ବିଫଳ ହୋଇଥିଲା । ଚନ୍ଦ୍ରୟାନ-୨ ର ବିଫଳତାରୁ ଶିକ୍ଷାଲାଭ କରି ପୁଣି ଆଗକୁ ବଢିଥିଲେ ଇସ୍ରୋର ବୈଜ୍ଞାନିକମାନେ ଏବଂ ଦୀର୍ଘ ୪ ବର୍ଷର ପ୍ରଚେଷ୍ଟା ପରେ ଏବେ ଚନ୍ଦ୍ରୟାନ-୩ ସଫଳତାର ସହିତ ଚନ୍ଦ୍ର ଅଭିମୁଖେ ଯାତ୍ରା କରୁଛି । ଚଳିତବର୍ଷ ଜୁଲାଇ ୧୪ ତାରିଖ ଦିନ ଶ୍ରୀହରିକୋଟାର ସତିଶ ଧୱନ୍ ସ୍ପେସ ସେଣ୍ଟରରୁ ଦିନ ୨ ଘଟିକା ୩୫ ମିନିଟ୍ ସମୟରେ ଉତକ୍ଷେପଣ କରାଯାଇଛି ଚନ୍ଦ୍ରୟାନ-୩ । ଦୀର୍ଘ ୪୧ ଦିନ ଚନ୍ଦ୍ର ଅଭିମୁଖେ ଯାତ୍ରା କରିବା ପରେ ଏହା ଅଗଷ୍ଟ ୨୩ ତାରିଖ ଦିନ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ। ଚନ୍ଦ୍ରୟାନ-୩ ଏବେ ସୁରକ୍ଷିତ ଭାବେ ନିଜ ଗତି ପଥରେ ଆଗକୁ ବଢୁଥିବାବେଳେ ଇସ୍ରୋ ପ୍ରତ୍ୟୋକ ମୁହୂର୍ତ୍ତରେ ଏହାର ଗତିକୁ ତଦାରଖ କରୁଛି । ଚନ୍ଦ୍ରୟାନ-୩ ଗତି କରୁଥିବା ଅବସ୍ଥାରେ ଗତ ରବିବାର ଦିନ ଅଷ୍ଟ୍ରେଲିଆ ଆକାଶରେ ଏହାର ଏକ ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳିଛି। ରାତ୍ରର ଅନ୍ଧକାରରେ ଆକାଶକୁ ଏହା ଉଜ୍ଜ୍ୟୋଳିତ କରିଥିଲା । ତେବେ ଇସ୍ରୋ ଦ୍ଵାରା ପ୍ରକାଶ ପାଇଥିବା ସୂଚନା ଅନୁଯାୟୀ ଚନ୍ଦ୍ରୟାନ-୩ ପୃଥିବୀ ଚାରିପଟେ ଅଣ୍ଡାକୃତି ଅର୍ବିଟ ରେ ବୁଲି ବୁଲି ଧୀରେ ଧୀରେ ଚନ୍ଦ୍ର ଆଡ଼କୁ ଗତି କରୁଛି। ସୂଚନା ଅନୁଯାୟୀ ଏବେ ଏହା ପ୍ରଥମ ଅର୍ବିଟ କୁ ଅତିକ୍ରମ କରି ସଫଳତା ପୂର୍ବକ ୨ୟ ଅର୍ବିଟ କୁ ପ୍ରବେଶ କରିସାରିଛି। ଚନ୍ଦ୍ରୟାନ -୩ ବର୍ତ୍ତମାନ ୪୧୬୦୩ କିମି × ୨୨୬ କିମି ଅର୍ବିଟ ରେ ଗତି କରୁଛି । ପୁନଶ୍ଚ ପରବର୍ତ୍ତୀ ପ୍ରେରଣ ଆଜି ପ୍ରାୟ ଦିନ ୨ଟା ରୁ ୩ଟା ମଧ୍ୟରେ କରାଯିବ ଯେଉଁଥିରେ ପୁଣି ଏହା ସୁରକ୍ଷିତ ଭାବେ ପରବର୍ତ୍ତୀ ଆର୍ବିଟ ରେ ଗତି କରିବାକୁ ସକ୍ଷମ ହେବ । ତେବେ ଏବେ ପୁରା ଦେଶ ଚନ୍ଦ୍ରୟାନ -୩ର ଚନ୍ଦ୍ରପୃଷ୍ଠରେ ସଫଳ ଅବତରଣକୁ ଆଶା ଓ ବିଶ୍ଵାସର ସହିତ ଅପେକ୍ଷା କରିଛି । Bullet points: • ଚନ୍ଦ୍ରୟାନ-୩ ହେଉଛି ମୁନ୍ ମିଶନର ତୃତୀୟ ପ୍ରୟସ । • ଏହା ଗତ ଜୁଲାଇ ୧୪ ତାରିଖ ଦିନ ଇସ୍ରୋ ଦ୍ଵାରା ଉତକ୍ଷେପଣ କରାଯାଇଛି । • ଶ୍ରୀହରିକୋଟାର ସତିଶ ଧୱନ୍ ସ୍ପେସ ସେଣ୍ଟରରୁ ଦିନ ୨ ଘଟିକା ୩୫ ମିନିଟ୍ ସମୟରେ ଏହା ଉତକ୍ଷେପଣ କରାଯାଇଛି । • ଏହା ପୂର୍ବରୁ ୨୦୦୮ରେ ଚନ୍ଦ୍ରୟାନ-୧ ଓ ୨୦୧୯ରେ ଚନ୍ଦ୍ରୟାନ-୨ ଉତକ୍ଷେପଣ କରାଯାଇଥିଲା । • ଏବେ ଚନ୍ଦ୍ରୟାନ-୩ ସୁରକ୍ଷିତ ଭାବେ ନିଜ ଗତି ପଥରେ ଚନ୍ଦ୍ର ଅଭିମୁଖେ ଆଗକୁ ବଢୁଛି । • ପ୍ରଥମ ଅର୍ବିଟ କୁ ଅତିକ୍ରମ କରି ଏବେ ୨ୟ ଅର୍ବିଟ ରେ ଗତି କରୁଛି। • ୪୧୬୦୩ କିମି × ୨୨୬ କିମି ଅର୍ବିଟ ରେ ଅଛି ଏବେ ଚନ୍ଦ୍ରୟାନ-୩ । • ଇସ୍ରୋ ଅନବରତ ତଦାରଖ କରୁଛି ଏହାର ଗତିପଥ ଉପରେ । • ଆଜି ପ୍ରାୟ ଦିନ ୨ଟା ରୁ ୩ଟା ମଧ୍ୟରେ କରାଯିବ ପରବର୍ତ୍ତୀ ପ୍ରେରଣା । • ଯାହାଦ୍ବାରା ସୁରକ୍ଷିତ ଭାବେ ପରବର୍ତ୍ତୀ ଅର୍ବିଟ ରେ ଗତି କରିପାରିବ ଚନ୍ଦ୍ରୟାନ-୩ ।

Exit mobile version