Site icon UTKAL PRATIDIN

ଭଡ଼ା ଘରୁ ମାଆ ଓ ୫ ବର୍ଷ ଶିଶୁର ମୃତଦେହ ଉଦ୍ଧାର

photo_6192972284394846235_y

ଭଦ୍ରକ : ଏକ ଭଡ଼ା ଘରୁ ଉଦ୍ଧାର କରାଯାଇଛି ୫ ବର୍ଷ ଶିଶୁ ସହିତ ମା’ର ମୃତଦେହ l ଏହା ଏକ ଘରୋଇ କଳହର କରୁଣ ପରିସ୍ଥିତି ବୋଲି ସନ୍ଦେହ କରାଯାଉଛି । ମଦ୍ୟପ ସ୍ୱାମୀ ଜଣକ ଏପରି ଏକ ଜଘନ୍ୟ କାଣ୍ଡ ଘଟାଇଥିବା ଜଣ ପଡିଛି । ପୁଅ ଓ ସ୍ତ୍ରୀର ତଣ୍ଟି ଚିପି ସ୍ୱାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣାଟି ଘଟିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା କୁଶଗଡିଆ ଗାଁରେ । ବନ୍ତ ଅଞ୍ଚଳ ଦୋଳପଦୀ ଗାଁର ଉମେଶ ନାୟକ ଏହି କୁଶଗଡିଆ ଗ୍ରାମରେ ନିଜ ପୁଅ ଓ ସ୍ତ୍ରୀ ସହିତ ପ୍ରାୟ ୩ ବର୍ଷ ହେବ ରହୁଥିଲେ। ତେବେ ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ବିଭିନ୍ନ ସମୟରେ ଉମେଶ ମଦ୍ୟପାନ କରି ନିଜ ସ୍ତ୍ରୀକୁ ମାଡ଼ ମାରନ୍ତି । ଏହାକୁ ନେଇ ବିଭିନ୍ନ ସମୟରେ ଘରେ କଳିଝଗଡ଼ା ମଧ୍ୟ ହେଉଥିଲା । ତେବେ ଗତକାଲି ବିଳମ୍ବିତ ରାତ୍ରିରେ ସ୍ତ୍ରୀ କାଞ୍ଚନ ଓ ୫ ବର୍ଷର ପୁଅ ଉତ୍କଳ ଶୋଇଥିବା ବେଳେ ଉମେଶ ତାଙ୍କ ତଣ୍ଟି ଚିପି ହତ୍ୟା କରି ଫେରାର ହୋଇ ଯାଇଥିଲେ । ଏହି ଖବର ସକାଳୁ ଜଣା ପଡିବା ପରେ ଗାଁ ଲୋକେ ପୋଲିସକୁ ଖବର ଦେବା ସହିତ ଫେରାର ଉମେଶକୁ ଖୋଜିଥିଲେ । ପରେ ଗଛ ଉପରେ ଚଢ଼ି ଲୁଚିଥିବା ଉମେଶକୁ କାବୁ କରି ପୋଲିସକୁ ହସ୍ତାନ୍ତର କରିଥିଲେ । ସେପଟେ ଭଣ୍ଡାରିପୋଖରୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଛି l ଏଥିସହିତ ପୋଲିସ ପକ୍ଷରୁ ଘଟଣାର ତଦନ୍ତ ମଧ୍ୟ ଆରମ୍ଭ କରାଯାଇଛି ।

Exit mobile version