
ଯାଜପୁର : ଯାଜପୁର ଜିଲ୍ଲା ଚଣ୍ଡିଖୋଲ କଳିଙ୍ଗନଗର ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଘଟିଛି ଏକ ଦୁର୍ଘଟଣା l ଦୁର୍ଘଟଣାଟିରେ ୩ ଜଣ ଗୁରୁତର ହୋଇଛନ୍ତି l ଏକ କାର ଡ଼ୁବୁରୀରୁ କଟକ ଯାଉଥିବା ବେଳେ ଭାରସାମ୍ୟ ହରାଇ ଝାଟିଆପଡା ଠାରେ ଏକ ବ୍ରିଜ ରୁ ତଳକୁ ଖସିପଡ଼ିଛି l ଦୁର୍ଘଟଣା ପରେ ଧର୍ମଶାଳା ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚି ଗୁରୁତରମାନଙ୍କୁ ଉଦ୍ଧାର କରିଥିଲା l ପ୍ରଥମେ ବଡ଼ଚଣା ମେଡ଼ିକାଲରେ ସେମାନଙ୍କୁ ଭର୍ତି କରାଯାଇଥିଲା l ହେଲେ ପରବର୍ତ୍ତୀ ସମୟରେ ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତର ହେବାରୁ ସମସ୍ତଙ୍କୁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି l ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ବ୍ରିଜର ସାଇଡ ରେଲିଙ୍ଗ ନଥିବାରୁ ବାରମ୍ବାର ଏପରି ଦୁର୍ଘଟଣା ଦେଖିବାକୁ ମିଳୁଛି l କାରଟି ମଧ୍ୟ ସେହି କାରଣ ହେତୁ ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସି ପଡିଥିଲା l ଜାତୀୟ ରାଜପଥ ସାମ୍ପ୍ରସାରଣ ନିମନ୍ତେ ରେଲିଙ୍ଗ ଗୁଡିକ ବାହାର କରାହୋଇଛି l ହେଲେ ବୋହୁଦିନ ଧରି ଏହି ସାମ୍ପ୍ରସାରଣ କାର୍ଯ୍ୟ ଶେଷ ହୋଇନଥିବାରୁ ବାରମ୍ବାର ଏପରି ଦୁର୍ଘଟଣା ସାମ୍ନାକୁ ଆସୁଛି l