
ବ୍ରିକ୍ସରେ ସାମିଲ ହେଲେ ୬ଟି ନୂଆ ଦେଶ ବ୍ରିକ୍ସରେ ୬ଟି ନୂଆ ଦେଶ ସାମିଲ ହୋଇଥିବା ନେଇ ଘୋଷଣା କଲେ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି । ୬ଟି ନୂଆ ଦେଶ ଯଥା ଇରାନ, ଆର୍ଜେଣ୍ଟିନା, ଇଥିୟୋପିୟା, ଇଜିପ୍ଟ, ଇରାନ, ୟୁଏଇ ଏବଂ ସାଉଦି ଆରବକୁ ବ୍ରିକ୍ସରେ ସାମିଲ କରାଯାଇଛି । ଜୋହାନସବର୍ଗରେ ଚାଲିଥିବା ବ୍ରିକ୍ସର ୧୫ ତମ ସମ୍ମିଳନୀରେ ଏନେଇ ଘୋଷଣା କରାଯାଇଛି । ବ୍ରିକ୍ସରେ ଏହା ପୂର୍ବରୁ ୫ଟି ଦେଶ ସାମିଲ ଥିଲା । ବ୍ରାଜିଲ, ଋଷ, ଇଣ୍ତିଆ, ଚୀନ ଏବଂ ସାଉଥ୍ ଆଫ୍ରିକା ଏହି ୫ଟି ଦେଶ ଆଗରୁ ବ୍ରିକ୍ସର ଅଂଶ ହୋଇଥିବା ବେଳେ ଏବେ ଏଥିରେ ଆଉ ୬ଟି ଦେଶ ଯୋଡି ହୋଇଛନ୍ତି । ସେଗୁଡିକ ହେଲା ଇରାନ, ଆର୍ଜେଣ୍ଟିନା, ଇଥିୟୋପିୟା, ଇଜିପ୍ଟ, ଇରାନ, ୟୁଏଇ ଏବଂ ସାଉଦି ଆରବ । ବର୍ତ୍ତମାନ ଏହି ବ୍ରିକ୍ସର ସଦସ୍ୟଙ୍କ ସଂଖ୍ୟା ବୃଦ୍ଧି ପାଇ ୧୧ରେ ପହଞ୍ଚିବ । ଏମାନଙ୍କର ସଦସ୍ୟତା ୧ ଜାନୁଆରୀ ୨୦୧୪ରୁ ଲାଗୁ କରାଯିବ । ଏହି ଅବସରରେ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି କହିଛନ୍ତି, ବିସ୍ତାର ପ୍ରକ୍ରିୟା ପ୍ରଥମ ପର୍ଯ୍ୟାୟରେ ଆମର ସହମତି ରିହିଛି । ସମସ୍ତ ଦେଶକୁ ସଦସ୍ୟତା ପାଇଁ ଆମନ୍ତ୍ରଣ କରାଯାଇଛି । ସେହିପରି ବ୍ରିକ୍ସ ସମ୍ମିଳନୀ ପାଇଁ ଦକ୍ଷିଣ ଆଫ୍ରିକାରେ ପହଞ୍ଚିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ତିନି ଦିନିଆ ବିଚାର ବିମର୍ଶରୁ ଅନେକ ସକାରାତ୍ମକ ଫଳାଫଳ ବାହାରିଥିବାରୁ ମୁଁ ଖୁସି ଅଛି । ଗଣମାଧ୍ୟମ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ବ୍ରିକ୍ସର ସମ୍ପ୍ରସାରଣ ପାଇଁ ଆମେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛୁ, ବ୍ରିକ୍ସ ବିସ୍ତାରକୁ ଭାରତ ସର୍ବଦା ସମର୍ଥନ କରିଆସୁଛି। ନୂତନ ସଦସ୍ୟ ଯୋଡି ହେଲେ ଏହା ଆହୁରି ମଜବୁତ ହୋଇପରିବ। ଏନେଇ ଭାରତ ଏହାକୁ ସମର୍ଥନ ଜଣାଉଛି l