Site icon UTKAL PRATIDIN

ବରଯାତ୍ରୀଙ୍କୁ ମଦ ମନା : ସରକାରଙ୍କ ଘୋଷଣା

10

ବିବାହ ଭୋଜିରେ ମଦ ପରଷିବା ନିଷ୍ପତ୍ତିକୁ ତାମିଲନାଡୁର ଡିଏମ୍‌କେ ସରକାର ଫେରେଇ ନେଇଛନ୍ତି। ସରକାର ପକ୍ଷରୁ କୁହାଯାଇଛି ଯେ, ମଦ କେବଳ କନଫରେନ୍ସ ସେଣ୍ଟର, କମର୍ଶିଆଲ କମ୍ପଲେକ୍ସ, ବ୍ୟବସାୟିକ ପରିସର ଏବଂ ଖେଳ ଷ୍ଟାଡିୟମରେ ମିଳିପାରିବ। ଯଦି ଏଗୁଡିକ ରାଷ୍ଟ୍ରୀୟ ଏବଂ ଅନ୍ତରାଷ୍ଟ୍ରୀୟ ମଞ୍ଚ ହୋଇଥିବ।

ଅନ୍ୟପକ୍ଷରେ ଖେଳ ଷ୍ଟାଡିୟମରେ ମଦ ବିକ୍ରି ପାଇଁ ଅସ୍ଥାୟୀ ଲାଇସେନ୍ସ ଦିଆଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ, ମାର୍ଚ୍ଚରେ ଡିଏମ୍‌କେ ସରକାର, କନଫରେନ୍ସ ସେଣ୍ଟର, କନଭେନସନ ସେଣ୍ଟର, ବିବାହ କାର୍ଯ୍ୟକ୍ରମ, ଖେଳ ପଡିଆ ଏବଂ ଘରୋଇ କାର୍ଯ୍ୟକ୍ରମରେ ମଦ ପରଷିବା ଅନୁମତି ପାଇଁ ଲାଇସେନ୍ସ ଦିଆଯିବ ବୋଲି ଘୋଷଣା କରିଥିଲେ।

Exit mobile version