Site icon UTKAL PRATIDIN

ଫେମିନା ମାଗାଜିନ୍‌ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

photo_6260225334741939583_x

ଦ୍ରୌପଦୀ ମୁର୍ମୁ ଦେଶର ଜଣାଶୁଣା ପତ୍ରିକା ଫେମିନା ମାଗାଜିନ୍‌ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପରେ ସ୍ବତନ୍ତ୍ର ଷ୍ଟୋରୀ କରିଛି । ଏହାର କଭର ପେଜରେ ଦେଖିବାକୁ ମିଳିଛି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଛବି l ଦେଶର ପ୍ରଥମ ମହିଳା ଆଦିବାସୀ ରାଷ୍ଟ୍ରପତିଙ୍କୁ ମାଗାଜିନ୍‌ ଏହାର ଅଗଷ୍ଟ ଏଡିସନ କଭର୍‌ ପେଜରେ ସ୍ଥାନ ଦେଇଛି। ଏହାର ପ୍ରଥମ କପି ଟାଇମ୍ସ ଗ୍ରୁପର ମ୍ୟାନେଜିଂ ଡାଇରେକ୍ଟର ବିନୀତ ଜୈନ ରାଷ୍ଟ୍ରପତିଙ୍କୁ ଭେଟି ପ୍ରଦାନ କରିଛନ୍ତି। ତେବେ ମହିଳା ସଶକ୍ତିକରଣର ଅଭିବ୍ୟକ୍ତି ଭାବେ ମାଗାଜିନ୍‌ର କଭର ପେଜରେ ରାଷ୍ଟ୍ରପତିଙ୍କୁ ଦର୍ଶାଯାଇଛି। ଏଥିରେ ତାଙ୍କର ରାଜନୈତିକ, ସାମାଜିକ, ଶିକ୍ଷା ଆଦି ଦିଗରେ କରାଯାଇଥିବା କାମଗୁଡ଼ିକୁ ବିଶେଷ ଭାବେ ଦର୍ଶାଯାଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁର୍ମୁ ହେଉଛନ୍ତି ଭାରତର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ଏବଂ ପ୍ରତିଭା ପାଟିଲଙ୍କ ପରେ ଭାରତର ଦ୍ଵିତୀୟ ମହିଳା ରାଷ୍ଟ୍ରପତି l ଏହା ପୂର୍ବରୁ ୨୦୦୭ ରୁ ୨୦୧୨ ଯାଏଁ ଭାରତର ପ୍ରଥମ ମହିଳା ରାଷ୍ଟ୍ରପତି ଭାବେ ପ୍ରତିଭା ପାଟିଲ ରହିଥିଲେ l ସେ ଥିଲେ ଭାରତର ୧୨ତମ ରାଷ୍ଟ୍ରପତି l ଏବେ ଦ୍ରୌପଦୀ ମୁର୍ମୁ ୧୫ତମ ରାଷ୍ଟ୍ରପତି ରୂପେ କାର୍ଯ୍ୟରତ ଅଛନ୍ତି l ତେବେ ଖୁବ ସୁନ୍ଦର ଭାବେ ତାଙ୍କୁ ନେଇ ଏହି ଫେମିନା ମାଗାଜିନର ଅଗଷ୍ଟ ଏଡିସନଟି ପ୍ରସ୍ତୁତ କରାଯାଇଛି l

Exit mobile version