
ଗତକାଲିର ଘଟଣା ପରେ ଫିରିଙ୍ଗିଆ ଥାନା ଆଇଆଇସି ତପନ କୁମାର ନାହାକଙ୍କୁ ବଦଳି ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଅଭିଯୋଗ ଥିବା ୨ ହୋମଗାର୍ଡଙ୍କୁ ମଧ୍ୟ କାର୍ଯ୍ୟରୁ ଅନ୍ତର କରାଯାଇଛି । ଏସମ୍ପର୍କରେ ସୂଚନା ଦେଇଛନ୍ତି କନ୍ଧମାଳ ଏସ୍ପି ଶୁଭେନ୍ଦୁ କୁମାର ପାତ୍ର । ସେପଟେ ଥାନା ପୋଡ଼ାଜଳା ଓ ଭଙ୍ଗାରୁଜା ପରେ ଆକ୍ସନ୍ ମୋଡକୁ ଆସିଛି ପୋଲିସ । ୧୫ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି ପୋଲିସ । ଏଥି ସହ ୨ ଶହରୁ ଅଧିକ ଲୋକଙ୍କ ନାଁରେ ମାମଲା ରୁଜୁ କରିଛି ପୋଲିସ । ଆଖପାଖ ବିଭିନ୍ନ ସ୍ଥାନରେ ଚଢ଼ାଉ କରିବା ସହ ଗତକାଲିର ଘଟଣାରେ କିଏ କିଏ ସଂପୃକ୍ତି ସେ ନେଇ ବି ଯାଞ୍ଚ କରାଯାଉଛି । ଅନ୍ୟପଟେ ପୋଡାଜଳା ପରେ ଗିରଫଦାରୀ ଭୟରେ ଜନଶୂନ୍ୟ ହୋଇପଡିଛି ଫିରିଙ୍ଗିଆ। ପୁରା ଫିରିଙ୍ଗିଆ ବଜାର ଏବେ ଖାଁ ଖାଁ ହୋଇପଡ଼ିଛ । ସ୍ଥିତି ସ୍ୱାଭାବିକ କରିବା ସହ ସୁରକ୍ଷାକୁ ବଢ଼ାଇବାକୁ ବି ବ୍ୟବସ୍ଥା ହୋଇଛି । ଦକ୍ଷିଣାଞ୍ଚଳ ଆଇଜି ସତ୍ୟବ୍ରଜ ଭୋଇଙ୍କୁ ଦାୟିତ୍ୱ ଦିଅ ଯାଇଛି l ସତ୍ୟବ୍ରଜ ଭୋଇ ଏବେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଉପରେ ନଜର ରଖିଛନ୍ତି ।