Site icon UTKAL PRATIDIN

ଫିଙ୍ଗି ଦେଉଛନ୍ତି କି ତରଭୁଜ ମଞ୍ଜି ?

8

ନୂଆଦିଲ୍ଲୀ : ତରଭୁଜ କାହାକୁ ବା ଭଲ ନ ଲାଗେ? ପଟିକୁ ସୁଆଦିଆ ଲାଗିବା ସହ ଏହା ଶରୀର ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ। ଖରା ଦିନେ ତରଭୁଜର ଚାହିଦା ବଜାରରେ ଦ୍ରୁତ ଗତିରେ ବୃଦ୍ଧି ପାଇଥାଏ। ଏହାକୁ ଖାଇବା ଦ୍ବାରା ଶରୀରରେ ଜଳୀୟ ଅଂଶ ସଠିକ ଭାବରେ ରହିବା ସହ ଏହା ଶରୀରକୁ ଖରା ଦାଉରୁ ରକ୍ଷା କରିଥାଏ। ଏଥିରେ ୯୨ ଭାଗ ପାଣି ରହିଥାଏ।

ତେଣୁ ଖରାଦିନେ ଏହା ଏକ ଉତ୍ତମ ଖାଦ୍ୟ ଅଟେ। ତେବେ ସାଧାରଣତଃ ତରଭୁଜ ଖାଇ ସାରିବା ପରେ ଲୋକେ ଏହାର ମଞ୍ଜିକୁ ଫିଙ୍ଗି ଦେଇଥାନ୍ତି। କିନ୍ତୁ ଆପଣମାନେ ଜାଣିଛନ୍ତି କି? ଯେଉଁ ମଞ୍ଜିକୁ ଅଦରକାରୀ ଭାବି ଆପଣ ଫିଙ୍ଗି ଦେଉଛନ୍ତି ତାହା କେତେ ଯେ ଉପକାରୀ। ସୁସ୍ଥ ରହିବା ପାଇଁ ଖାଦ୍ୟରେ ଏସବୁ ଜିନିଷ ରହିବା ନିହାତି ଜରୁରୀ ଯାହା ଏକ ତରଭୁଜ ମଞ୍ଜିରେ ଭରପୂର ମାତ୍ରାରେ ରହିଥାଏ। ତରଭୁଜ ମଞ୍ଜି ହେଉଛି ମୋନୋଅନସ୍ୟାଚୁରେଟେଡ଼ ଓ ପଲିଅନସେଚୁରେଟେଡ଼ ଫ୍ୟାଟି ଏସିଡ଼ର ଏକ ଭଲ ଉତ୍ସ। ଏହା ଆଣ୍ଟିଅକ୍ସିଡାଣ୍ଟ ଓ ଆଣ୍ଟି ଇଂଫ୍ଲେମେଟୋରୀ ଏଜେଣ୍ଟ ରୂପେ କାମ କରିଥାଏ। ଏଥିରେ ଥିବା ମ୍ୟାଗ୍ନେସିୟମର ମାତ୍ରା ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ। ତରଭୁଜ ମଞ୍ଜିରେ ମାଇକ୍ରୋ ନିଉଟ୍ରିଏଣ୍ଟ୍ସ‌, ଆଇରନ ଜିଙ୍କ, ପ୍ରୋଟିନ୍ ଓ ଫାଇବର ଭରପୂର ମାତ୍ରାରେ ରହିଥାଏ। ସୁସ୍ଥ ରହିବା ପାଇଁ ଖାଦ୍ୟରେ ଏସବୁ ଜିନିଷ ରହିବା ନିହାତି ଜରୁରୀ। ତରଭୁଜ ମଞ୍ଜିରେ କମ୍ କ୍ୟାଲୋରୀ ଥିବା ହେତୁ ଏହାର ସେବନ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ହିତକର ହୋଇଥାଏ ।

ମୁଠାଏ ତରଭୁଜ ମଞ୍ଜିରେ ୦.୨୯ ଗ୍ରାମ୍ ଆଇରନ୍ ଥାଏ ଯାହା ଆମ ଶରୀର ପାଇଁ ଅତ୍ୟନ୍ତ ଆବଶ୍ୟକ। ଗର୍ଭବତୀ ମହିଳାଙ୍କ ପାଇଁ ତରଭୁଜ ମଞ୍ଜି ଅତ୍ୟନ୍ତ ଉପକାରୀ ହୋଇଥାଏ। ଏହା ଖାଇବା ଦ୍ବାରା ଗର୍ଭାବସ୍ଥାର ବିଭିନ୍ନ ସମସ୍ୟାକୁ ଦୂରେଇ ହେବା ସହ ଉଭୟ ମାଆ ଓ ଛୁଆକୁ ସୁସ୍ଥ ରହିଥାଆନ୍ତି। ଏଥିରେ ଥିବା ଜିଙ୍କ ପୁରୁଷମାନଙ୍କଠାରେ ଶୁକ୍ରାଣୁ ସଂଖ୍ୟା ବଢାଇ ଥାଏ। ଏହାଛଡା ପ୍ରଜନନ ପାଇଁ ମଧ୍ୟ ଏହା ଅତ୍ୟନ୍ତ ଉପକାରୀ ହୋଇଥାଏ । ତରଭୁଜ ମଞ୍ଜି ପ୍ରୋଟିନ୍, ଅତ୍ୟାବଶ୍ୟକ ଫ୍ୟାଟି ଏସିଡ୍, ମ୍ୟାଗ୍ନେସିୟମ୍, ଜିଙ୍କ ପରି ପୁଷ୍ଟିକର ପଦାର୍ଥରେ ପରିପୂର୍ଣ୍ଣ। ଏହା ଆମ ଶରୀରକୁ ଅନେକ ଲାଭ ଯୋଗାଇ ଥାଏ। ଆସନ୍ତୁ ଜାଣିବା ତରଭୂଜ ମଞ୍ଜି ଖାଇବା ଦ୍ୱାରା ଶରୀରରକୁ କି ପ୍ରକାର ଉପକାର ମିଳିଥାଏ।

ଚର୍ମକୁ ସୁସ୍ଥ ରଖେ: ତରଭୁଜ ମଞ୍ଜି ଆପଣଙ୍କ ଚର୍ମକୁ ସଫା କରିବାରେ ସାହାଯ୍ୟ କରିଥାଏ । କାରଣ ଏଥିରେ ଭିଟାମିନ୍ ସି, ଆଣ୍ଟିଅକ୍ସିଡାଣ୍ଟ ଇତ୍ୟାଦି ଭରପୂର ମାତ୍ରାରେ ରହିଥାଏ। ଏଥିରୁ ବାହାରୁ ଥିବା ତେଲ ବିଭିନ୍ନ ସୌନ୍ଦର୍ଯ୍ୟ ଦ୍ରବ୍ୟ ତିଆରି କରିବାରେ ବ୍ୟବହୃତ ହୁଏ। ମୁହଁରୁ କଳା ଦାଗ ଓ ବ୍ରଣ ଆଦି ହଟାଇବାରେ ଏହା ସାହାଯ୍ୟ କରୁଥିବା ବେଳେ ବୟସ ପୂର୍ବରୁ ବୃଦ୍ଧାବସ୍ଥାକୁ ଏହା ଦୂର କରିଥାଏ। ତରଭୁଜ ମଞ୍ଜିରେ ଥିବା ମ୍ୟାଗ୍ନେସିୟମ ସାମୟିକ ଭାବରେ ଚର୍ମର ରୂପକୁ ଉନ୍ନତ କରିବାରେ ସାହାଯ୍ୟ କରେ। ଶୁଷ୍କ ଓ କୁଞ୍ଚିତ ଚର୍ମ ପାଇଁ ଆପଣ ଏହାକୁ ବ୍ୟବହାର କରି ପାରିବେ। ତରଭୁଜ ମଞ୍ଜି ଆପଣଙ୍କ ଦୁର୍ବଳ, ଶୁଷ୍କ ଚର୍ମ ପାଇଁ ଏକ ମଏଶ୍ଚରାଇଜର ଭାବେ କାର୍ଯ୍ୟ କରିଥାଏ। ଏଥିରେ ଥିବା ଜିଙ୍କର କୋଷ ବିଭାଜନ, ପ୍ରୋଟିନ ସିନ୍ଥେସିସ୍‌ ଓ ମରାମତି କରିବା କ୍ଷମତା ଯୋଗୁଁ ଏହା ବାର୍ଦ୍ଧକ୍ୟ ହେବା ପ୍ରକ୍ରିୟାକୁ ମନ୍ଥର କରି ପାରେ।

Exit mobile version