
ଆମେରିକାର ୧୦ ବର୍ଷର ଝିଅ ଏମା ଏଡୱାର୍ଡସ୍ ତାଙ୍କ ପ୍ରେମିକ ସହିତ ବିବାହ କରିବାର କିଛି ଦିନ ପରେ ମୃତ୍ୟୁ ବରଣ କରିଛନ୍ତି। ଏମା ରକ୍ତ କର୍କଟ ରୋଗରେ ପୀଡିତ ଥିଲେ ଯାହାଫଳରେ ତାଙ୍କର ମୃତ୍ୟୁ ହୋଇଛି । ତାଙ୍କର ଶେଷ ଇଚ୍ଛା ଥିଲା ନିଜ ପ୍ରେମିକ ସହିତ ବିବାହ କରିବା l ସୂଚନା ଅନୁଯାୟୀ, ଏମା ଏଡୱାର୍ଡସ୍ ଏବଂ ଡାନିଏଲ୍ ମାର୍ଶଲ୍ ଖ୍ରୀଷ୍ଟୋଫର୍ ୱିଲିୟମ୍ସ ଜୁନ୍ ୨୯ ରେ ଏକ ବଡ ଉତ୍ସବରେ ବିବାହ କରିଥିଲେ। ଠିକ୍ ୧୨ ଦିନ ପରେ ଏମାଙ୍କର ଦେହାନ୍ତ ହୋଇଗଲା l ଗତ ବର୍ଷ ଏପ୍ରିଲରେ ଏମା ତୀବ୍ର ଲିମ୍ଫୋବ୍ଲାଷ୍ଟିକ୍ ଲ୍ୟୁକେମିଆ ରୋଗରେ ଆକ୍ରାନ୍ତ ହୋଇଥିଲେ। ଲିମ୍ଫୋବ୍ଲାଷ୍ଟିକ୍ ଲ୍ୟୁକେମିଆ ହେଉଛି ଏକ ପ୍ରକାର ରକ୍ତ କର୍କଟ ଯାହା ସାଧାରଣତ ପିଲାମାନଙ୍କଠାରେ ଦେଖାଯାଏ l ଏହା ଅସ୍ଥି ମଜ୍ଜା ଏବଂ ରକ୍ତକୁ ନଷ୍ଟ କରିଥାଏ l ସେଥିରେ ଥିବା କୋଷଗୁଡ଼ିକ ଧୀରେ ଧୀରେ ମରିବାକୁ ଲାଗିଥାଏ l ଏମାଙ୍କ ପିତାମାତା ଆଲିନା ଏବଂ ଆରୋନ୍ ଏଡୱାର୍ଡସ୍ କହିଛନ୍ତି ଯେ ସେ ଏହି ରୋଗକୁ ପରାସ୍ତ କରିବାକୁ ସମର୍ଥ ହେବେ ବୋଲି ସେମାନେ ଆଶା କରିଥିଲେ, କିନ୍ତୁ ତାହା ହୋଇ ନଥିଲା। ଚଳିତ ବର୍ଷ ଜୁନ୍ ମାସରେ ଡାକ୍ତରମାନେ ଏମାଙ୍କୁ କହିଥିଲେ ଯେ ତାଙ୍କର କର୍କଟ ରୋଗ ଭଲ ହେବ ନାହିଁ ଏବଂ ତାଙ୍କୁ ବଞ୍ଚିବାକୁ ମାତ୍ର କିଛି ଦିନ ଅଛି। ଏମାଙ୍କ ପିତାମାତାଙ୍କ କହିବା ଅନୁଯାୟୀ, ସେ ବାହା ହେବାକୁ ବହୁତ ଭଲ ପାଉଥିଲେ। ଯେତେବେଳେ ଡାକ୍ତରମାନେ ଉତ୍ତର ଦେଲେ ଯେ ଆଉ କିଛି ଦିନ ବାକି ଅଛି, ଆମେ ଏମା ର ଇଚ୍ଛା ପୂରଣ କଲୁ l ତାଙ୍କ ସମାଜର ଲୋକମାନେ ଏମା ଙ୍କ ବିବାହରେ ବହୁତ ସାହାଯ୍ୟ କରିଥିଲେ l ବିବାହ ସହିତ ଜଡିତ ସମସ୍ତ ଜିନିଷ ଏନଜିଓ ର ଦାନ ମାଧ୍ୟମରେ କରାଯାଇଥିଲା l ଏମାଙ୍କ ପିତାମାତା କହିଛନ୍ତି ଯେ ଡାନିଏଲ୍ ମାର୍ଶଲ୍ ଖ୍ରୀଷ୍ଟୋଫର୍ ୱିଲିୟମ୍ସ ସେମାନଙ୍କ ଝିଅ ସହିତ ଅଧ୍ୟୟନ କରିଥିଲେ l

ସମସ୍ତେ ସ୍ନେହରେ ତାଙ୍କୁ ଡିଜେ ବୋଲି ଡାକନ୍ତି l ଏମା ପ୍ରାୟତଃ କହିଥିଲେ ଯେ ସେ ଡିଜେଙ୍କୁ ବିବାହ କରିବାକୁ ଚାହୁଁଛନ୍ତି l ଡିଜେଙ୍କ ପରିବାର ସହିତ ଏମାଙ୍କ ପରିବାରର ଭଲ ସମ୍ପର୍କ ଅଛି l ଏଭଳି ପରିସ୍ଥିତିରେ, ଏମ୍ମାଙ୍କର ଶେଷ ଇଚ୍ଛା ପୂରଣ କରିବାର ଆଲୋଚନା ହୋଇଥିଲା l ଏମା ବିଦ୍ୟାଳୟରେ ବିବାହ କରିବାକୁ ଚାହୁଁଥିଲେ, କିନ୍ତୁ ପ୍ରଶାସନ ଏହାକୁ ଅନୁମତି ଦେଇ ନଥିଲା। ଏହା ପରେ ଉଭୟ ପରିବାର ଏକ ନକଲି ବିବାହ କରିବାକୁ ଯୋଜନା କରିଥିଲେ। ଏହାକୁ ଦୁଇ ଦିନ ମଧ୍ୟରେ ଶେଷ କରିବାକୁ ଥିଲା l ଏଥିପାଇଁ ନିକଟସ୍ଥ ବଗିଚାରେ ସମସ୍ତ ବ୍ୟବସ୍ଥା କରାଯାଇଥିଲା। ଏଥିରେ ୧୦୦ ରୁ ଅଧିକ ଅତିଥି ନିମନ୍ତ୍ରିତ ହୋଇଥିଲେ। ଏମାଙ୍କ ପରିବାର ଏହା ତାଙ୍କ ପାଇଁ ଅତ୍ୟନ୍ତ ମୂଲ୍ୟବାନ ମୁହୂର୍ତ୍ତ ବୋଲି କହିଥିଲେ। ସେ ଯାହା ଚାହିଁଲେ ଆମେ ତାଙ୍କୁ ଦେବାକୁ ଚେଷ୍ଟା କଲୁ l ବିବାହ ସମୟରେ, ଏମାଙ୍କର ଜଣେ ବନ୍ଧୁ ବାଇବଲରୁ ଏକ ପଦ ପଢିଥିଲେ l ଏହି ସମୟରେ ଆଲିନା ମଧ୍ୟ ତାଙ୍କ ନୂଆ ଜ୍ବାଇଁଙ୍କୁ ପ୍ରଶଂସା କରିଥିଲେ। ଆଲିନା ଏଡୱାର୍ଡ ପ୍ରକାଶ କରିଛନ୍ତି ଯେ ତାଙ୍କ ଝିଅ ସର୍ବଦା ସୁସ୍ଥ ଦେଖାଯାଉଥିଲେ । ଗତ ବର୍ଷ ଏପ୍ରିଲରେ ସେ ଚେତାଶୂନ୍ୟ ହୋଇ ପଡ଼ିଥିଲେ ଏବଂ ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ଏଠାରେ ତାଙ୍କ ଗୋଡର ହାଡରେ କର୍କଟ ଚିହ୍ନଟ ହୋଇଥିଲା। ତେବେ ପିଲାମାନଙ୍କଠାରେ ଏହା ସ୍ୱାଭାବିକ ଏବଂ ଚିକିତ୍ସା ଯୋଗ୍ୟ ବୋଲି ଡାକ୍ତରମାନେ ପରାମର୍ଶ ଦେଇଛନ୍ତି। କିନ୍ତୁ ଦୁଃଖର ବିଷୟ, ଏହା ଏମାଙ୍କ ପାଇଁ ସତ୍ୟ ନୁହେଁ।