
ମୟୂରଭଞ୍ଜ ପୋଲିସକୁ ଶିମିଳିପାଳ ଆଖପାଖ ଅଞ୍ଚଳରେ ସର୍ଚ୍ଚ ଅପରେସନ ସମୟରେ ମିଳିଲା ବଡ଼ ସଫଳତା । ଶିକାରୀ ଗୁଳିରେ ଫରେଷ୍ଟର ମାଥି ହାଁସଦାଙ୍କ ମୃତ୍ୟୁ ଘଟିବା ପରେ କମ୍ବିଂ ଅପରେସନ ଜୁନ ୧୮ ତାରିଖରୁ ଆରମ୍ଭ ହୋଇଥିଲା l ଏହି ଅପରେସନ ରେ ଜିଲ୍ଲାର ୧୪ ଟି ଥାନା ୨୧ ଜଣ ଶିକାରୀଙ୍କୁ ଗିରଫ କରାଯାଇଥିଲା ଏବଂ ତା ସହ ୧୬୫ ଟି ଦେଶୀ ବନ୍ଧୁକ ଓ ବନ୍ଧୁକ ତିଆରି କାରଖାନା ମଧ୍ୟ ଜବତ କରାଯାଇଛି l ଏତତ ବ୍ୟତୀତ ୫୦୦ ଟି ଗନ ପାଉଡର, ହରୀଣ ସକ୍ଟଦ୍ଭ, ବଜ୍ରକାପ୍ତା କାତି ଓ ଅନେକ ମରଣତ୍ମକ ଯନ୍ତ୍ରାଂଶ ମଧ୍ୟ ଜବତ କରିଛି ପୋଲିସ । ପୋଲିସ ମହାନିର୍ଦ୍ଦେଶକ ସୁନିଲ ବଂଶଲ ଆଜି ବାରିପଦା ଗସ୍ତରେ ଅଛନ୍ତି । ଏହି ଅବସରରେ ବନବିଭାଗ ସହ ଜିଲ୍ଲା ପୋଲିସ ମୁଖ୍ୟ କାର୍ଯ୍ୟାଳୟରେ ଶିମିଳିପାଳ ସୁରକ୍ଷା ଉପରେ ନିଆଯାଇଥିବ ବିଭିନ୍ନ ପଦକ୍ଷେପ ଉପରେ ସମୀକ୍ଷା କରୁଛନ୍ତି ।
