Site icon UTKAL PRATIDIN

ପୋଲିସକୁ ଖୋଜୁଛି ପୋଲିସ

WhatsApp Image 2023-08-26 at 16.19.27

ବଲାଙ୍ଗୀର : ‘ପୋଲିସକୁ ଖୋଜୁଛି ପୋଲିସ’ ଶୁଣିଲେ ହୁଏତ ଅଜବ ଲାଗୁଥାଇପାରେ, ହେଲେ ଏହା ସତ l ଗତ 2 ଦିନ ତଳେ ବଲାଙ୍ଗିର ସଇଁତଳା ଥାନାରେ କାର୍ଯ୍ୟରତ ଏସଆଇ କାଜଲ ବାଗ ବିଷ ଖାଇ ଆତ୍ମହତ୍ୟା ଉଦ୍ୟମ କରିଥବା ଜଣାପଡିଥିଲା l ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତି କରାଯାଇଥିଲା l ହେଲେ ଏବେ ସେ ଡାକ୍ତରଖାନାରୁ କୁଆଡେ ପଳେଇଥିବା ସୂଚନା ମିଳିଛି l ଏବେ ପୋଲିସ ମହିଳା ଏସଆଇଙ୍କୁ ଖୋଜିବାରେ ଲାଗିଛି ।

ଏବେ ଡାକ୍ତରଖାନାରୁ ବଲାଙ୍ଗୀର ମହିଳା ଏସଆଇ ନିଖୋଜ ହୋଇଯିବା ପରେ ଥାନାରେ ଏତଲା ଦେଇଛନ୍ତି ଡାକ୍ତରଖାନା କର୍ତୃପକ୍ଷ । ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ପକ୍ଷରୁ ଦିଆଯାଇଥିବା ରିପୋର୍ଟରେ ଦର୍ଶା ଯାଇଛି ଯେ ମଶାମରା ଗୁଡନାଇଟ୍ ଲିକ୍ୟୁଇଡ୍ ପିଇ ସେ ଆତ୍ମହତ୍ୟା କରିବାକୁ ପ୍ରୟାସ କରିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ୨୪ ତାରିଖରେ ଡାକ୍ତରଖାନାରେ ଭର୍ତ କରାଯାଇଥିଲା । ଏବଂ ଚିକିତ୍ସିତ ଅବସ୍ଥାରେ ସେ ଡାକ୍ତରଖାନାରୁ କୁଆଡେ ଚାଲିଯାଇଛନ୍ତି । ଡାକ୍ତର ଡିସଚାର୍ଜ କରିବା ଆଗରୁ ଏସଆଇ କାଜଲ କୁଆଡେ ଚାଲିଯିବା ପରେ ଥାନାରେ ଜଣାଇଛନ୍ତି ମେଡିକାଲ କର୍ତୃପକ୍ଷ । ତେବେ ପୁରୁଷ ବନ୍ଧୁଙ୍କ ସହ ଝଗଡା ହେବାରୁ ମହିଳା ପୁସିଲ ଅଧିକାରୀ ଜଣଙ୍କ ଆତ୍ମହତ୍ୟା ଉଦ୍ୟମ କରିଥିଲେ ବୋଲି କୁହାଯାଉଛି । ତେବେ ଏବେ ତାଙ୍କର ପତା ମିଳୁନଥିବା ବେଳେ ପୁଲିସ ତାଙ୍କୁ ଖୋଜିବାରେ ଲାଗିଛି ।

Exit mobile version