
ପେପର୍ ଫ୍ରାୟ ପ୍ରତିଷ୍ଠାତା ଅମ୍ବ୍ରିଶ ମୁର୍ତ୍ତୀଙ୍କ ବିୟୋଗ ପେପର୍ ଫ୍ରାୟ -ପ୍ରତିଷ୍ଠାତା ଅମ୍ବ୍ରିଶ ମୁର୍ତ୍ତୀଙ୍କ ହୃଦଘାତରେ ମୃତ୍ୟୁ ଘଟିଛି। ପେପର୍ ଫ୍ରାୟ ୨୦୧୧ ରେ ଆଶିଷ ଶାହାଙ୍କ ସହ ଅମ୍ବ୍ରିଶ ମୁର୍ତ୍ତୀଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା l ସୂଚନା ଅନୁଯାୟୀ, ଲଦାଖର ଲେହ ରେ ହୃଦ୍ଘାତ ହେତୁ ପେପର୍ ଫ୍ରାୟ ସହ-ପ୍ରତିଷ୍ଠାତା ଅମ୍ବରେଶ ମୁର୍ତ୍ତୀଙ୍କ ଦେହାନ୍ତ ହୋଇଛି। ତାଙ୍କ ସାଥୀ ଆଶିଷ ଶାହା ସୋସିଆଲ ମିଡିଆ ମାଧ୍ୟମରେ ଏ ବିଷୟରେ ସୂଚନା ଦେଇଛନ୍ତି। ପେପର୍ ଫ୍ରାୟ ହେଉଛି ଏକ ଅତି ପ୍ରସିଦ୍ଧ ଅନ୍ଲାଇନ୍ ଆସବାବପତ୍ର ଷ୍ଟୋର୍, ଯାହା ଆଶିଷ ଶାହା ଏବଂ ଅମ୍ବ୍ରିଶ୍ ମୁର୍ତ୍ତୀଙ୍କ ଦ୍ୱାରା ୨୦୧୧ ରେ ଆରମ୍ଭ ହୋଇଥିଲା l ସୋସିଆଲ ମିଡିଆରେ ଆଶିଷ ଶାହା ଲେଖିଛନ୍ତି ଯେ ମୋର ବନ୍ଧୁ, ପରାମର୍ଶଦାତା, ଭାଇ ଏବଂ ଘନିଷ୍ଠ ବନ୍ଧୁ ଅମ୍ବ୍ରିଶ ମୁର୍ତ୍ତୀ ଆଉ ନାହାଁନ୍ତି। ଗତକାଲି ରାତିରେ ହୃଦ୍ଘାତ ହେତୁ ଆମେ ତାଙ୍କୁ ଲେହରେ ହରାଇଛୁ। ଦୟାକରି ତାଙ୍କ ଆତ୍ମା ଶାନ୍ତି ଏବଂ ପରିବାର ପାଇଁ ପ୍ରାର୍ଥନା କରନ୍ତୁ l ଆଶିଷଙ୍କ ଏହି ବାର୍ତ୍ତା ପରେ ଅନେକ ଲୋକ ସମବେଦନା ଜଣାଇଛନ୍ତି। ଅମ୍ବରେଶ ମୁମ୍ବାଇରୁ ଲେହକୁ ଏକ ବାଇକ୍ ଯାତ୍ରା ଆରମ୍ଭ କରିଥିଲେ କିନ୍ତୁ ସେ ଲେହରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଏହି ସୂଚନା ପାଇବା ପରେ ସୋସିଆଲ ମିଡିଆରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ତତ୍ପରତା ପ୍ରକାଶ ପାଇଛି। ଜଣେ ଉପଭୋକ୍ତା ଲେଖିଛନ୍ତି ଯେ ଅମ୍ବରେଶ ମୁର୍ତ୍ତୀଙ୍କ ଆକସ୍ମିକ ମୃତ୍ୟୁରେ ଗଭୀର ଦୁଃଖିତ, ତାଙ୍କ ଆତ୍ମା ଶାନ୍ତିରେ ରୁହନ୍ତୁ l ସେ ଜଣେ ଉଜ୍ଜ୍ୱଳ ଉଦ୍ୟୋଗୀ ଏବଂ ଅନେକଙ୍କ ପାଇଁ ପ୍ରେରଣା ଥିଲେ l ସ୍ୱାମୀ ଭର୍ଗାଭା ନାମକ ଜଣେ ଉଦ୍ୟୋଗୀ ମଧ୍ୟ ତାଙ୍କ ପ୍ରତି ସମାନ ଭାବନା ପ୍ରକାଶ କରିଛନ୍ତି। ଖବର ଅନୁଯାୟୀ, ଅମ୍ବରେଶ ମୁର୍ତ୍ତୀ ୧୯୯୬ ମସିହାରେ ବ୍ୟବସାୟ ଜଗତରେ ପ୍ରବେଶ କରିଥିଲେ ଏବଂ କ୍ୟାଡବିରୀ ପାଇଁ ବିକ୍ରୟ ଏବଂ ମାର୍କେଟିଂ ପ୍ରଫେସନାଲ ଭାବରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ। କ୍ୟାଡବିରୀ ସହିତ ତାଙ୍କର ସାଢେ ପାଞ୍ଚ ବର୍ଷ କାର୍ଯ୍ୟ କରିବା ସମୟରେ ସେ ଚକୋଲେଟ୍ କମ୍ପାନୀକୁ ଉନ୍ନତ କରିବାରେ ସାହାଯ୍ୟ କରିଥିଲେ | ତା’ପରେ ସେ ଅନେକ କମ୍ପାନୀରେ କାର୍ଯ୍ୟ କରିଥିଲେ ଏବଂ ଶେଷରେ ୨୦୧୧ ରେ ପେପର୍ ଫ୍ରାୟ ଆରମ୍ଭ କରିଥିଲେ |