ପୁରୀ : ପୁରୀ ସମୁଦ୍ରରେ ଏକ ଅଘଟଣ ଘଟିଛି । ଗାଧୋଇବା ବେଳେ ବୁଡିଗଲେ ଦୁଇ ପର୍ଯ୍ୟଟକ । ବୋହୁ ଲୋକ ସମୁଦ୍ରରେ ଗାଧାଉଥିବା ବେଳେ ଦୁଇ ଜଣ ପର୍ଯ୍ୟଟକ ହଠାତ ଭାସି ଯାଇଥିଲେ । କିନ୍ତୁ ସୌଭାଗ୍ୟର କଥା ଯେ ପରେ ସେମାନଙ୍କୁ ଉଦ୍ଧାର କରଯାଇଛି ।
ସମୁଦ୍ରରେ ସ୍ନାନ କଲା ବେଳେ ଦୁଇଜଣ ପର୍ଯ୍ୟଟକ ବୁଡି ଯାଇଥିବା ବେକେ ଗଭୀର ସମୁଦ୍ର ଭିତରକୁ ଯାଇ ଦୁଇଜଣ ପର୍ଯ୍ୟଟକଙ୍କୁ ଉଦ୍ଧାର କରିଛନ୍ତି ଲାଇଫ ଗାର୍ଡ । ପର୍ଯ୍ୟଟକ ଦୁଇ ଜଣ ହେଲେ ଯାଜପୁର ଅଞ୍ଚଳର ରଞ୍ଜନ ମହାନ୍ତି ଓ ଶ୍ୟାମସୁନ୍ଦର ମହାନ୍ତି । ଯାଜପୁର ଅଞ୍ଚଳର ଏହି ଦୁଇ ଜଣ ପୁରୀ ବୁଲିବାକୁ ଆସିଥିଲେ । ଦିଗବାରେଣି ଛକ ସମୁଦ୍ରରେ ଗାଧୋଉଥିବା ବେଳେ ଦୁଇ ପର୍ଯ୍ୟଟକ ଭାସିଯାଇଥିଲେ l ଏହାପରେ ସଙ୍ଗେ ସଙ୍ଗେ ତୁରନ୍ତ ଲାଇଫ୍ ଗାର୍ଡଙ୍କୁ ଖବର ଦିଆଯାଇଥିଲା । ଲାଇଫ୍ ଗାର୍ଡ ଖବର ପାଇ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ବହୁ ପରିଶ୍ରମ ପରେ ଦୁଇ ପର୍ଯ୍ୟଟକଙ୍କୁ ଲାଇଫ୍ ଗାର୍ଡ ଟିମ ଉଦ୍ଧାର କରିଥିଲା ।