ଭୁବନେଶ୍ୱର: ଆସନ୍ତା ୨୬ରେ ଦୁଇ ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଦୁଇଦିନ ମଧ୍ୟରୁ ପ୍ରଥମ ଦିନ ଅର୍ଥାତ୍ ୨୬ ତାରିଖ ଦିନ ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତି ଉଦଯାପନୀ ସମାରୋହରେ ଯୋଗଦେବା ସହ ନେତାଜୀ ମ୍ୟୁଜିୟମ୍ ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଛି। ୨୭ ତାରିଖରେ ରାଷ୍ଟ୍ରପତି ଭଦ୍ରକ ଗସ୍ତ କରିବେ ।
ସେଠାରେ ସେଦିନ ସେ ଭଦ୍ରକ ସ୍ଵୟଂଶାସିତ ମହାବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବରେ ଯୋଗଦାନ କରିବେ।
ଏହା ପୂର୍ବରୁ ମେ ୪ ତାରିଖରେ ରାଷ୍ଟ୍ରପତି ଓଡ଼ିଶା ଗସ୍ତରେ ଆସିଥିଲେ। ସେତେବେଳେ ସେ ନିଜ ଜନ୍ମଭୂମି ରାଇରଙ୍ଗପୁର ଗସ୍ତ କରିବା ସହ ଶିମିଳିପାଳ ଓ ବାରିପଦା ଗସ୍ତ କରିଥିଲେ । ହେଲେ ଏଥର ମୁର୍ମୁ କଟକ ଓ ଭଦ୍ରକ ଗସ୍ତ କରିବେ । ତେଣୁ ରାଷ୍ଟ୍ରପତିଙ୍କ ଗସ୍ତକୁ ନଜରରେ ରଖି କଟକ ଓ ଭଦ୍ରକରେ ପ୍ରଶାସନ ତରଫରୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯିବ ସହ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡକଡି କରାଯାଉଛି ।