ଲିଉଡର ମହାନାୟକ ଅମିତାଭ ବଚ୍ଚନ ଏବଂ ଶାହରୁଖ ଖାନ୍ ୨ଜଣ ହିଁ ସିନେମା ଜଗତର ମହାରଥି । ଏହି ଦୁଇ ଷ୍ଟାରଙ୍କ ପ୍ରଶଂସା କେବେଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ହୋଇଥାଏ । ଅମିତାଭ ଓ ଶାହାରୁଖ ତାଙ୍କ ଜବରଦସ୍ତ ଅଭିନୟ ଏବଂ ଟ୍ୟାଲେଣ୍ଟ ଦ୍ୱାରା ଅନେକ ଲୋକଙ୍କ ମନ ଜିତିଛନ୍ତି । ଏହା ସହ ବିଦେଶରେ ବଲିଉଡ ସିନେମା ଜଗତର ପରିଚୟ ସୃଷ୍ଟି କରିବାରେ ଏମାନଙ୍କ ଅବଦାନ ଅତୁଳନୀୟ l
ତେବେ ସୂଚନା ମୁତାବକ ୧୭ ବର୍ଷ ପରେ ପୁଣି ଏବେ ଅମିତାଭ ଏବଂ ଶାହାରୁଖ ଏକା ସହିତ ସ୍କ୍ରିନରେ ନଜର ଆସିବେ । ଏହି ଦୁଇ ଷ୍ଟାରଙ୍କୁ ଶେଷ ଥର ପାଇଁ ‘କଭି ଅଲ୍ ବିଦା ନା କେହେନା’ ଚଳଚିତ୍ରରେ ରେ ଦେଖିବାକୁ ମିଳିଥିଲା । ଯାହା ୨୦୦୬ରେ ସିନେମା ହଲ୍ରେ ରିଲିଜ ହୋଇଥିଲା ଏବଂ ସେହି ସମୟରେ ଫିଲ୍ମଟି ଦର୍ଶକଙ୍କୁ ବହୁତ ପସନ୍ଦ ଆସିଥିଲା ।
ତେବେ ଶାହରୁଖ ଏବଂ ଅମିତାଭ ଏକତ୍ର ଏକ ଫୋଟୋରେ ନଜର ଆସିଛନ୍ତି l ଯାହା ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି l ତେଣୁ ଏହା ପରେ ଚର୍ଚ୍ଚା ହେଉଛି ଯେ ଆଗାମୀ କୌଣସି ଏକ ଚଳଚ୍ଚିତ୍ରରେ ଦୁହେଁ ଏକତ୍ର ନଜର ଆସିପାରନ୍ତି l ଏହି ଫୋଟୋର ଏକ କମେଣ୍ଟରେ ଶାହାରୁଖ ଖାନ୍ଙ୍କ ପ୍ରତିକ୍ରିୟାରେ ମଧ୍ୟ କହିଛନ୍ତି କି, ‘ଏତେ ବର୍ଷ ପରେ ବିଗ୍ ବି ଙ୍କ ସହ କାମ କରିବା ବହୁତ ମଜାଦାର ଥିଲା ‘। ଅମିତାଭ ବଚ୍ଚନ ସୁଟିଂ ପାଇଁ ଆସିଲେ ଏବଂ ଆର୍ଶିବାଦ ଦେଲେ । ଏହା ସହ ଅମିତାଭ ତାଙ୍କୁ ଦୌଡାରେ ହରାଇ ମଧ୍ୟ ଦେଇଥିଲେ । ଶାହାରୁଖ ଖାନ୍ ଓ ଅମିତାଭ ବଚ୍ଚନ ବହୁତ ଶୀଘ୍ର ଏକ ଫିଲ୍ମରେ ନଜର ଆସିପାରନ୍ତି । ଏହା ମଧ୍ୟ କଳ୍ପନା କରାଯାଉଛି ଯେ, ଦୁହେଁ ‘ଡନ୍ ୩’ରେ ଏକା ସହ ନଜର ଆସିପାରନ୍ତି । ଏହା ସହ ବହୁତ ଶୀଘ୍ର ଶାହାରୁଖ ଖାନ୍ ତାଙ୍କ ଫିଲ୍ମ ‘ଜବାନ’ ସହ ସିନେମା ହଲ୍ରେ ନଜର ଆସିବା ପାଇଁ ଯାଉଛନ୍ତି । ତେବେ ଶାହାରୁଖଙ୍କ ଫ୍ୟାନ୍ସ ତାଙ୍କର ଏହି ଫିଲ୍ମ ଦେଖିବା ପାଇଁ ବହୁତ ଉତ୍ସାହିତ ଅଛନ୍ତି ।