Site icon UTKAL PRATIDIN

ପୁଣି ଇତିହାସ ରଚିଲା ଭାରତ : ଲଞ୍ଚ ହେଲା ଆଦିତ୍ୟ ଏଲ ୧

WhatsApp Image 2023-09-02 at 10.02.01

ଆରମ୍ଭ ହୋଇ ଯାଇଛି ଭାରତର ପ୍ରଥମ ସୌର ମିଶନ । ଶ୍ରୀହରିକୋଟା ସ୍ପେସ ସେଣ୍ଟରରୁ ପୁଣି ଭାରତ ଇତିହାସ ରଚିଛି । ଦିନ ୧୧ଟା ୫୦ରେ ଆଦିତ୍ୟ ଏଲ-୧ ଉତକ୍ଷେପଣ ହୋଇଛି । ପିଏସଏଲଭି-ସି-୫୭ରେ ଆଦିତ୍ୟ ଏଲ-୧ ଉତକ୍ଷେପଣ କରାଯାଇଛି । ଚନ୍ଦ୍ର ଅଭିଯାନର ସଫଳତା ପରେ ଆଜି ଭାରତ ସଫଳତାର ସହ ଆରମ୍ଭ କରିଛି ସୂର୍ୟ୍ୟ ଅଭିଯାନ । ସତୀଶ ଧାୱନ ସ୍ପେଶ ସେଣ୍ଟରରୁ ଆଦିତ୍ୟ ଏଲ ୱାନକୁ ପ୍ରେରଣ କରିଛି ଇସ୍ରୋ ।

ପୃଥିବୀ ଠାରୁ ସୂର୍ୟ୍ୟର ଦୂରତା ୧୫କୋଟି କିଲୋମିଟର। ମିଶନ ଆରମ୍ଭ ହେବା ପରେ ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବାକୁ ପ୍ରାୟ ଚାରି ମାସ ସମୟ ଲାଗିବ। ଏହା ଲଙ୍ଗରେଞ୍ଜ ପଏଣ୍ଟରେ ରହି ୫ବର୍ଷ ଯାଏଁ ସୂର୍ୟ୍ୟ ବିଷୟରେ ଅଧ୍ୟୟନ କରିବ। ଭାରତର ସୂର୍ୟ୍ୟ ମିଶନ ଆଦିତ୍ୟ-ଏଲ୧ ସମୁଦାୟ ୭ଟି ପେଲୋଡ ବହନ କରି ଯାଇଛି , ଯାହା ସୂର୍ୟ୍ୟର ଫଟୋଗ୍ରାଫି, କ୍ରୋମୋସଫର ଏବଂ ବାହ୍ୟ ସ୍ତର (କରୋନା) ବିଷୟରେ ଅଧ୍ୟୟନ କରିବ। ଆଦିତ୍ୟକୁ ସୂର୍ୟ୍ୟର ଲଙ୍ଗରେଞ୍ଜ ପଏଣ୍ଟ ଚାରିପାଖ ହାଲୋ କକ୍ଷପଥରେ ଅବସ୍ଥାପିତ କରାଯିବ। ଲଙ୍ଗରେଞ୍ଜ ପଏଣ୍ଟ ହେଉଛି ଏପରି ଏକ ସ୍ଥାନ ଯେଉଁଠି ଏକ ଛୋଟ ପିଣ୍ଡ ମଧ୍ୟ ସ୍ଥାଣୁ ଭାବେ ରହିଯାଏ । ଏଠାରେ ଆଦିତ୍ୟ-ଏଲ୧କୁ ରଖିବା ଦ୍ୱାରା ଇନ୍ଧନ ମଧ୍ୟ କମ ଖର୍ଚ୍ଚ ହେବ। ଇସ୍ରୋ ଅନୁଯାୟୀ, ଆଦିତ୍ୟ ଏଲ-୧କୁ ଲଙ୍ଗରେଞ୍ଜ ପଏଣ୍ଟ କକ୍ଷପଥରେ ରଖିବା ଦ୍ୱାରା ଏଠାରେ କିଛି ବାଧା ଉପୁଜିବି ନାହିଁ। ଏପରିକି ସୂର୍ୟ୍ୟ ଗ୍ରହଣ ହେଲେ ମଧ୍ୟ ଗବେଷଣାରେ ପ୍ରଭାବ ପଡିବ ନାହିଁ। ପୃଥିବୀ ଓ ଏଲ-୧ ମଧ୍ୟରେ ଦୂରତା ୧.୫ ନିୟୁତ କିଲୋମିଟର ହୋଇଥିବାବେଳେ ପୃଥିବୀ ଏବଂ ସୂର୍ୟ୍ୟ ମଧ୍ୟରେ ଦୂରତା ପ୍ରାୟ ୧୫୦.୯୯ ନିୟୁତ କିଲୋମିଟର । ଏହାର ଅର୍ଥ ସୂର୍ଯ୍ୟଙ୍କ ନିକଟତର ହୋଇଥିଲେ ମଧ୍ୟ ଆଦିତ୍ୟ ଏଲ-୧ ବହୁତ ଦୂରରେ ରହି ଏହି ଗବେଷଣା କରିବ l

Exit mobile version