Site icon UTKAL PRATIDIN

ପୁଅ ଆଖି ଆଗରେ ଭାସିଗଲା ମାଆ

photo1689576252

ମୁମ୍ବାଇ: ମାଆ ମାଆ ଡକୁଥିବା ବେଳେ ପୁଅର ଆଖି ଆଗରେ ସମୁଦ୍ରରେ ଭାସିଗଲା ମାଆ । ମୁମ୍ବାଇ ବାନ୍ଦ୍ରା ବିଚରେ ଘଟିଛି ଏପରି ଏକ ଦୁଃଖଦ ଘଟଣା । ମଜାମସ୍ତି କରୁଥିବା ହୋଇଗଲା କାଳ । ବିଚ୍ କୂଳରେ ବସି ଭିଡିଓ କରୁଥିବା ଦମ୍ପତ୍ତିଙ୍କୁ ସମୁଦ୍ର ଲହରୀ ଧକ୍କା ଦେବାରୁ ସମୁଦ୍ର ଲହରୀରେ ଭାସିଗଲେ ମହିଳା । କୂଳରେ କୁନି ପୁଅ ମା’ ମା’ ବୋଲି ଚିତ୍କାର କରୁଥିବାବେଳେ ମା’ କିନ୍ତୁ ଆଖି ପିଛୁଳାକେ ପାଣିରେ ବୁଡି ଯାଇଥିଲା । ତେବେ ମହିଳା ଜଣକ ୩୨ ବର୍ଷୀୟା ଜ୍ୟୋତି ସୋନାର ବୋଲି ଜଣାପଡିଛି । ସେ ତାଙ୍କ ପରିବାର ସହ ମୁମ୍ବାଇ ବୁଲିବା ପାଇଁ ଆସିଥିଲେ। ପ୍ରଥମେ ମୁମ୍ବାଇର ଜୁହୁ ଚୌପାତ୍ତି ଯିବାକୁ ଯୋଜନା କରିଥିଲେ । କିନ୍ତୁ ସେଠାରେ ସମୁଦ୍ରକୁ ଯିବାକୁ ବାରଣ ଥିବାରୁ ବାନ୍ଦ୍ରା ଯାଇଥିଲେ। ବାନ୍ଦ୍ରା ଦୁର୍ଗରେ ପହଞ୍ଚିବା ପରେ ଫଟୋ ଉଠାଇବା ପାଇଁ ସମୁଦ୍ରକୂଳକୁ ଯାଇଥିଲେ ଜ୍ୟୋତିଙ୍କ ପରିବାର । ସେଠାରେ ଜ୍ୟୋତି ତାଙ୍କ ସ୍ୱାମୀଙ୍କ ସହ ଏକ ପଥର ଉପରେ ବସିଥିବା ବେଳେ ତାଙ୍କ ପୁଅ ଟିକିଏ ଦୂରରେ ଥାଇ ଫଟୋ ଉଠାଉଥିଲା । ଏହି ସମୟରେ ହଠାତ୍ ଏକ ଉଚ୍ଚ ଜୁଆର ଆସିବାରୁ ଭାସି ଯାଇଥିଲେ ଜ୍ୟୋତି। ପିଲାଟି ‘ମମି’ ‘ମମି’ କହି ଜୋରରେ ଚିତ୍କାର କରିଥିଲା। ଉପସ୍ଥିତ ଜଣେ ବ୍ୟକ୍ତି ଜ୍ୟୋତିଙ୍କୁ ରକ୍ଷା କରିବା ପାଇଁ ତାଙ୍କ ଶାଢୀକୁ ଟାଣି ଧରିବାକୁ ମଧ୍ୟ ଚେଷ୍ଟା କରିଥିଲେ । ହେଲେ ସମୁଦ୍ର ଜୁଆରରେ ଭାସି ଯାଇଥିଲେ ଜ୍ୟୋତି । ଖବର ପାଇ ଉଦ୍ଧାରକାରୀ ଟିମ୍ ପହଞ୍ଚି ବହୁ ଖୋଜାଖୋଜି କରିବା ପରେ ରବିବାର ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ଏବେ ତାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି।
 ଆଜିକାଲି ଦୁନିଆରେ ଆମେ ସମସ୍ତେ ଫଟୋ ଉଠାଇବା ଭିଡିଓ କରିବା ସୋସିଆଲ ମିଡିଆରେ ପୋଷ୍ଟ୍ କରିବା ପାଇଁ ତତ୍ପର। ହେଲେ ଏସବୁ ସହିତ ସର୍ବ ପ୍ରଥମେ ନିଜର ସୁରକ୍ଷାକୁ ଧ୍ୟାନ ଦେବା ଉଚିତ୍। ସାମାନ୍ୟ ଅସାବଧାନତା ହୋଇଯାଇ ପାରେ ଆମ ଜୀବନ ପ୍ରତି କ୍ଷତିକାରକ। ଏହି ଘଟଣାଟି ହେଉଛି ଏସବୁ ର ଏକ ଜ୍ୱଳନ୍ତ ଉଦାହରଣ।

Exit mobile version